ଶେୟାର ସାଇେକେଲ୍‌ ସେବା ପାଇଁ ଭୁବନେଶ୍ଵର ପ୍ରସ୍ତୁତ

0
11

ଭୁବନେଶ୍ଵର, (ଓଟି): ଭୁବନେଶ୍ଵର ସହରକୁ ବୁଲିବା ତଥା ଆପଣଙ୍କ ସାଇକେଲ୍‌ ଚଳାଇବା ସଉକ ପୂରଣ ଲାଗି ସ୍ମାର୍ଟସିଟି ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ସାଇକେଲ୍‌ ଶେୟାରିଂ କାର୍ଯ୍ୟକ୍ରମ। ଅର୍ଥାତ୍‌ ଆପଣ ଭଡ଼ାରେ ସାଇକେଲ୍‌ ନେଇ ନିଜ ମନଇଚ୍ଛା ବୁଲିପାରିବେ। ଏଥିଲାଗି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ସାଇକେଲ୍‌ ଉପଲବ୍ଧ ହେବ। ଭୁବନେଶ୍ଵର ସ୍ମାଟସିଟି ଲିମିଟେଡ୍‌ ପକ୍ଷରୁ ଆବଶ୍ୟକ ସାଇକେଲ୍‌ ଏ ଭିତରେ ସହରରେ ପହଞ୍ଚାଇଦିଆଯାଇଛି। ପୋଖରୀପୁଟ ଡିପୋଠାରେ ଏହା ଏବେ ଗଚ୍ଛିତ ରହିଛି ବୋଲି ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। 

ଏହି କାର୍ଯ୍ୟକ୍ରମରେ ଆପଣ ବିନା କୌଣସି ଇନ୍ଧନ ଓ ପ୍ରଦୂଷଣରେ ବୁଲିପାରିବେ। ଯଦି ଆପଣ ବ୍ୟାୟାମ ପାଇଁ ସାଇକେଲ୍‌ ନେବାକୁ ଚାହୁଁଛନ୍ତି ତାହା ମଧ୍‌ୟ ଉପଲବ୍ଧ ହେବ। ସେଥିଲାଗି ପ୍ରକଳ୍ପରେ ଦୁଇପ୍ରକାର ବ୍ୟବସ୍ଥା କରାଯାଇଛି। ଯଦି ଆପଣ ସମ୍ପୃକ୍ତ ସାଇକେଲ୍‌ କ୍ଲବ୍‌ର ସଦସ୍ୟ ହେଉଛନ୍ତି ତେବେ ଆପଣଙ୍କୁ ପ୍ରଥମ ୩୦ ମିନିଟ୍‌ ସାଇକେଲ୍‌ ଚଳାଇବା ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।  ତା’ଠୁ ଅଧିକ ହେଲେ ଆପଣଙ୍କୁ ନିର୍ଦ୍ଧାରିତ ଭଡ଼ା ଦେବାକୁ ପଡ଼ିବ।  ତେବେ ଏ ଭଡ଼ା କେତେ ହେବ ତାହା ସ୍ଥିର କରାଯାଇ ନାହିଁ। 

ଇନେ୍‌ଫୋସିଟି ସମେତ ଭୁବନେଶ୍ଵରର ଐତିହ୍ୟ ସ୍ଥଳଗୁଡ଼ିକରେ ମଧ୍ୟ ସାଇକେଲ୍‌ ସେବା ଉପଲବ୍ଧ ହେବ। 

ପ୍ରଥମ ପର୍ଯ୍ୟାୟରେ ୨ହଜାର ସାଇକେଲ୍‌ କିଣାଯାଇଛି। ସେଥଆରୁ ଏକ ହଜାର ହିରୋ ସାଇକେଲ୍‌ ପ୍ରଡକ୍ଟର ହେକ୍ସି ବାଇକ୍‌ ହୋଇଥିବା ବେଳେ  ୟାନା ବାଇକ୍ସ ଏବଂ ୟୁଲୁ ବାଇକ୍ସରରୁ୫୦୦ ଲେଖାଏଁ ସାଇକେଲ୍‌ କିଣାଯାଇଛି ।

ଏସବୁ ସାଇକେଲ୍ ଶାଢ଼ି ପିନ୍ଧିଥିବା ମହିଳାଙ୍କ ଚଳାଇବା ପାଇଁ ବି ଉପଯୋଗୀ ହେବ। ସବୁ ସାଇକେଲ୍‌ରେ ଜିପିଲସ୍‌ ସିଷ୍ଟମ୍‌ ଲଗାଯାଇଛି। ଫଳରେ ବାହାର ଲୋକଟିଏ ଜାଣିପାରିବ କେଉଁ ଦିଗକୁ ତା’ର ଗନ୍ତବ୍ୟସ୍ଥଳ ରହିଛି।

Loading...