ଦୀପାବଳିରେ ପୁଲିସର ୧ଲକ୍ଷ ୧୫ ହଜାର ଜୋରିମାନା ଆୟ

0
8

ଭୁବନେଶ୍ଵର, (ଓଟି): ଭୁବନେଶ୍ଵର-କଟକ କମିଶନରେଟ୍‌ ପୁଲିସ ଦୀପାବଳି ଅବସରରେ ଏକ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା ବାବଦ ଆୟ କରିଛନ୍ତି। ସହରାଞ୍ଚଳ ପୁଲିସ ଆଇନ ୨୦୦୩ର ଧାରା ୨୮ ଓ ୯୬ ବଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପୁଲିସ ୨୩୦ଜଣ ଆଇନ ଲଲ୍ଲଙ୍ଘନକାରୀଙ୍କୁ ଠାବ କରିଥିଲା। ସେହିପରି ବାଣ ଏବଂ ଲାଉଡ୍‌ସ୍ପିକର ଆଇନ ୧୯୫୮ର ଧାରା ୫କୁ ଉଲ୍ଲଙ୍ଘନ କରିଥଆବା ଅଭିଯୋଗରେ ପୁଲିସ ୧୪୦ ଜଣଙ୍କ ନାଁରେ ମକଦ୍ଦମା ରୁଜୁ କରିଥିଲେ। ପୁଲିସ ଆଇନ ଅନୁସାରେ ସମ୍ପୃକ୍ତ ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋରିମାନା ଲାଗୁ କରାଯାଇଥିଲା। ଯାହାର ପରିମାଣ ଏକ ଲକ୍ଷ ୧୫ ହଜାର ଟଙ୍କା ବୋଲି ପୁଲିସ କମିଶନରେଟ୍‌ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଯୋଗେ ଜଣାଇଦିଆଯାଇଛି। 

ଏଥିରେ କୁହାଯାଇଛି ଯେ, ପୁଲିସ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ନିଦ୍ଦେର୍ର୍ଶନାମାକୁ କାର୍ଯ୍ୟକାରୀ କରିବା ପାଇଁ କଡ଼ା ପଇଁତରା ଲଗାଯାଇଥିଲା। ସୋସିଆଲ୍‌ ମିଡିଆ ଯୋଗେ ଏ ବାବଦରେ ବାର୍ତ୍ତା ଜନସାଧାରଣଙ୍କୁ ଦିଆଯାଇଥିଲା। ତଥାପି କିଛି ଲୋକେ ଏହି ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ପରେ ବାଣ ଫୁଟାଇଥିଲେ। ଯେଉଁସ୍ଥାନରେ ଏହା ପୁଲିସ ନଜରକୁ ଆସିଥିଲା ସେଠାରେ ସମ୍ପୃକ୍ତ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

Loading...