ଗୀତା ମାହାତ୍ମ୍ୟ-୨: ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ଭଗବାନ କୃଷ୍ଣଙ୍କ ଉପଦେଶ

‘ଆତ୍ମା ଚିରନ୍ତନ, ଏହା ଆଜି ଅଛି, କାଲି ଥିଲା ଆଗକୁ ବି ସେମିତି ରହିବ’

କୁରୁକ୍ଷେତ୍ର ଯୁଦ୍ଧଭୁମିରେ ନିଜ ପ୍ରତିପକ୍ଷରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୁଳଗୁରୁ କୃପାଚାର୍ଯ୍ୟଙ୍କ ସମେତ ନିଜ ଜ୍ଞାତି, କୁଟୁମ୍ବ ତଥା ସହୃଦମାନଙ୍କୁ ଦେଖିବା ପରେ ଅର୍ଜୁନ ବିଷାଦଗ୍ରସ୍ତ ଓ ବିଷର୍ଣ୍ଣ ହୋଇପଡ଼ି ତାଙ୍କ ରଥର ସାରଥୀ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ‘ହେ! କେଶବ, ମୁଁ ନିଜ ଜ୍ଞାତି ପରିଜନଙ୍କୁ ଯୁଦ୍ଧରେ ହତ୍ୟା କରି ବିଜୟ ପ୍ରାପ୍ତି ଓ ରାଜ୍ୟ ଭୋଗ କରିବାକୁ ଚାହେଁ ନାହିଁ, ଏହି ବିଜୟରେ ସଂସାରରେ ନିଜକୁ ବୀର ବୋଲି ପ୍ରମାଣିତ କରିବାକୁ ମୁଁ ଇଚ୍ଛା କରୁନାହିଁ’ ।

କୁରୁକ୍ଷେତ୍ର ଯୁଦ୍ଧଭୁମିରେ ନିଜ ପ୍ରତିପକ୍ଷରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୁଳଗୁରୁ କୃପାଚାର୍ଯ୍ୟଙ୍କ ସମେତ ନିଜ ଜ୍ଞାତି, କୁଟୁମ୍ବ ତଥା ସହୃଦମାନଙ୍କୁ ଦେଖିବା ପରେ ଅର୍ଜୁନ ବିଷାଦଗ୍ରସ୍ତ ଓ ବିଷର୍ଣ୍ଣ ହୋଇପଡ଼ି ତାଙ୍କ ରଥର ସାରଥୀ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ‘ହେ! କେଶବ, ମୁଁ ନିଜ ଜ୍ଞାତି ପରିଜନଙ୍କୁ ଯୁଦ୍ଧରେ ହତ୍ୟା କରି ବିଜୟ ପ୍ରାପ୍ତି ଓ ରାଜ୍ୟ ଭୋଗ କରିବାକୁ ଚାହେଁ ନାହିଁ, ଏହି ବିଜୟରେ ସଂସାରରେ ନିଜକୁ ବୀର ବୋଲି ପ୍ରମାଣିତ କରିବାକୁ ମୁଁ ଇଚ୍ଛା କରୁନାହିଁ’ ।

ନିଜ ସହୃଦଙ୍କୁ ହତ୍ୟା କରି ରାଜ୍ୟ ଭୋଗ ବା ବଞ୍ଚିବାର କି ପ୍ରୟୋଜନ ବୋଲି ଅର୍ଜୁନ ଶ୍ରୀ କୃଷ୍ଣଙ୍କୁ ପ୍ରଶ୍ନ କରିଥିଲେ । ଯୁଦ୍ଧରେ ନିଜ ଜ୍ଞତି ପରିଜନଙ୍କୁ ହତ୍ୟା କଲେ କୁଳନାଶ ଦୋଷ ଲାଗିବ, କୁଳନାଶ ଦୋଷ ହେଲେ କୁଲଧର୍ମ ନଷ୍ଟ ହେବ ଓ ସମଗ୍ର କୁଳକୁ ପାପ ଗ୍ରାସ ବରିବ । ପାପ ଅଧିକ ବଢ଼ିଗଲେ କୁଳନାରୀମାନେ ଦୁଷିତ ହେବେ ଓ ତାଙ୍କ କୋଳରୁ ବର୍ଣ୍ଣଶଙ୍କର ଜନ୍ମ ନେବେ ଏବଂ ବର୍ଣ୍ଣ ଶଙ୍କରମାନେ କୁଳନାଶକାରୀଙ୍କୁ ତଥା କୁଳକୁ ନର୍କକୁ ନେବାରେ ସମର୍ଥ ହେବେ ବୋଲି ଯୁଦ୍ଧଭୂମିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ ।

ଏହାସହ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ ହେ, କେଶବ! ଯଦି କୁଳ ନାଶ ହେବ, ବର୍ଣ୍ଣଶଙ୍କର ଜାତ ହେବେ ତେବେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଓ ଜଳଦାନ ପ୍ରକ୍ରିୟା ଲୁପ୍ତ ହେବ ଓ ପିତୃ ଲୋକମାନେ ଶ୍ରାଦ୍ଧ ଓ ତର୍ପଣରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହେବେ । ଯେଉଁମାନଙ୍କର କୁଳଧର୍ମ ଓ ଜାତିଧର୍ମ ନଷ୍ଟ ହୋଇଯାଏ ତାଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନର୍କବାସ ହୁଏ। ତେଣୁ ମୋ ପରି ନିରସ୍ତ୍ର ବ୍ୟକ୍ତିକୁ ଯଦି ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମାରି ଦିଅନ୍ତି ତାହା ମୋ ପକ୍ଷରେ ମଙ୍ଗଳକାରକ ହେବ ବୋଲି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହି ନିଜ ଗାଣ୍ଡବ ଧନୁ ତ୍ୟାଗ କଲେ; ଯୁଦ୍ଧ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହି ଦେଇ ରଥର ପଛପଟରେ ବସିପଡ଼ିଲେ ।


ଯୁଦ୍ଧଭୂମିରେ ଅର୍ଜୁନଙ୍କର ଏପରି ବିଷାଦ ଓ ମୋହଗ୍ରସ୍ତ ଆଚରଣ ଦେଖି ଶ୍ରୀକୃଷ୍ଣ ତାଙ୍କୁ କହିଲେ ‘ହେ! ପାର୍ଥ, ଅସମୟରେ ତୁମର ଏପରି ମୋହ କିପରି ଆସିଲା । ମୋହ’ ଶ୍ରେଷ୍ଠ ପୁରୁଷମାନଙ୍କର ଆଚରଣ ନୁହେଁ କି କିର୍ତ୍ତୀ ବା ସ୍ୱର୍ଗ ପ୍ରଦାୟକ ନୁହେଁ । ତୁମେ ମୋହଗ୍ରସ୍ତ ହୋଇ ନପୁଂଷକତା ପ୍ରାପ୍ତ ହୁଅନାହିଁ । ତେଣୁ ତୁମେ ମୋହ ତ୍ୟାଗ କରି ଯୁଦ୍ଧ କରିବାକୁ ଠିଆ ହୁଅ’ ।

ଯେଉଁମାନେ ପ୍ରାଣତ୍ୟାଗ କରିଛନ୍ତି ବା ଜୀବୀତ ଅଛନ୍ତି ସେମାନଙ୍କ ପାଇଁ ପଣ୍ଡିତମାନେ ଶୋକ କରନ୍ତି ନାହିଁ । ସବୁ କାଳରେ ମୁଁ ଥିଲି, ତୁମେ ଥିଲ ଓ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ବ୍ୟକ୍ତିମାନେ ମଧ୍ୟ ଥିଲେ ଏବଂ ଭବିଷ୍ୟତରେ ଆମେ ସମସ୍ତେ ମଧ୍ୟ ରହିବା ବୋଲି ଶ୍ରୀକୃଷ୍ଣ କହି ଆତ୍ମାର ନିତ୍ୟତା ସମ୍ପର୍କରେ ଅର୍ଜୁନଙ୍କୁ ବୁଝାଇଥିଲେ ।


ଆତ୍ମା ଅମର ଓ ସମସ୍ତ ପ୍ରାଣୀଙ୍କ ଶରୀରେ ବିଦ୍ୟମାନ । ପ୍ରାଣୀର ଶରୀରରେ ଆତ୍ମା ରହିଥିବା ପର୍ଯ୍ୟନ୍ତ ପ୍ରାଣୀ ଜୀବୀତ ରହିଥାଏ ଓ ଶରୀର ତ୍ୟାଗ କରି ଆତ୍ମା ଚାଲିଗଲା ପରେ ପ୍ରାଣୀର ମୃତ୍ୟୁ ହୁଏ । ଶରୀରରେ ଆତ୍ମାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା ପ୍ରାପ୍ତି ହୁଏ । ଶୀତ-ଉଷ୍ଣ ଓ ସୁଖ ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗ ତ ଉତ୍ପତି-ବିନାଶଶୀଳ ଓ ଅନିତ୍ୟ । ତେଣୁ ଏସବୁକୁ ତୁମେ ସହିଯାଅ ଓ ଜ୍ଞାନୀମାନେ ସୁଖ-ଦୁଃଖକୁ ସମାନ ଭାବରେ ଦେଖନ୍ତି ଓ ବିଷୟ ସଂଯୋଗରେ ବ୍ୟାକୁଳ ନହୋଇ ମୋକ୍ଷ ପ୍ରପ୍ତ ହୁଅନ୍ତି ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ଅସତ୍ ବସ୍ତୁର ଅସ୍ତିତ୍ୱ ନଥିବା ଓ ସତ୍ ବସ୍ତୁର ଅଭାବ ନଥିବା ବିଷୟ କହିଲେ ।

ସେହିପରି ଯାହାଦ୍ୱାରା ଏହି ଦୃଶ୍ୟ ଜଗତ ବ୍ୟାପ୍ତ ହୋଇଛି ତାହା ସମ୍ପୂର୍ଣ୍ଣ ଅବିନାଶୀ ଓ ତାକୁ ବିନାଶ କରିବାକୁ କେହି ସମର୍ଥ ନୁହେଁ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହି ଆତ୍ମାର ଚିରନ୍ତନତା ସମ୍ପର୍କରେ ବୁଝାଇବାକୁ ଆରମ୍ଭ କରିଥିଲେ । ଯାହା ଗୀତାର ସଂଖ୍ୟାଯୋଗ ଅଧ୍ୟାୟରେ ବ୍ୟାସଦେବ ଉଲ୍ଲେଖ କରିଛନ୍ତି ।

ପ୍ରସ୍ତୁତି: ପ୍ରଦୀପ କୁମାର ଜେନା, କେନ୍ଦ୍ରପଡ଼ା

ଆଜିଠୁ ଆରମ୍ଭ ଗୀତା ମାହାତ୍ମ୍ୟ: ଜାଣିରଖନ୍ତୁ କାହିଁକି ପଢ଼ାଯାଏ ଗୀତା

Leave a Reply

Your email address will not be published.