ସରକାରୀ ସଜାଗୃହର ୪୪ ଅନ୍ତେବାସୀ କରୋନା ପଜିଟିଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗଞ୍ଜାମ ଜିଲାରେ ଅଧିକ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ବ୍ରହ୍ମପୁର ସ୍ଥିତ ସରକାରୀ ସଜାଗଗୃହରେ ଥିବା ୪୪ ଜଣ ନାବାଳକ କରୋନା ସଂକ୍ରମିତ ହୋଇଥିବା ଶନିବାର ଜଣାପଡ଼ିଛି। ବର୍ତ୍ତମାନ ଏଠାରେ ୧୦୦ ଜଣ ନାବାଳକ ରହୁଛନ୍ତି । ହେଲେ ସେମାନଙ୍କ ଭିତରୁ କିଛି ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ସେଥିରୁ ୭୨ ଜଣକ ସ୍ୱାବ ଟେଷ୍ଟ କରାଯାଇଥିଲା । ସେଥିରୁ ୪୪ ଜଣ ନାବାଳକଙ୍କ ପଜିଟିଭ ବାହାରିଛି ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।

ସୂଚନା ଅନୁଯାୟୀ , ବ୍ୟାପକ ସୁରକ୍ଷା ମଧ୍ୟରେ ରହୁଥିବା ଏଠାକାର ନାବାଳକ କିପରି ସଂକ୍ରମିତ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳକ ମାନେ କିଛି ଅପରାଧ ଘଟାଇବା ପରେ ଜୁଭେନାଇଲ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଏହି ସ୍ଵତନ୍ତ୍ର ଆବାସରେ ରଖାଯାଉଛି । ପଜିଟିଭ ବାହାରିଥିବା ନାବାଳକଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆବାସ ଗୃହର ଅଧିକ୍ଷକ କହିଛନ୍ତି । ଏହା ପୂର୍ବରୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬୦ ରୁ ଉର୍ଦ୍ଧ୍ବ ଅପରାଧୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

Leave a Reply