ଭିଜିଲାନ୍ସ ପଞ୍ଝାରେ ବିଇଓ ଅଫିସ୍ ମୁଖ୍ୟ କିରାଣୀ

ସମ୍ବଲପୁର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ । ସମ୍ବଲପୁର ଧନକଉଡା ମୁଖ୍ୟ କିରାଣୀ ଦିଲ୍ଲୀପ ଦେବଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ସାକ୍ଷୀପଡା ସ୍ଥିତ ବାସଭବନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।

ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ । ତେବେ ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚଢାଉ ଶେଷ ହେବା ପରେ ଏବାବଦରେ ସ୍ପଷ୍ଟ ତଥ୍ୟ ମିଳିପାରିବ ।

Leave a Reply

Your email address will not be published. Required fields are marked *