୭୫ବର୍ଷ ପରେ ପୁଣି ବଙ୍ଗ ଦୁର୍ଭିକ୍ଷର କାହାଣୀ

0
22137
ବଙ୍ଗ ଦୁର୍ଭିକ୍ଷର ଚିତ୍ର
advertisement
ଲେଖକ ଜଣେ ସାମ୍ବାଦିକ ଏବଂ ସମସାୟିକ ଘଟଣା ବିଶ୍ଳେଷକ

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଲେଭ୍‌, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ଦୀର୍ଘ ୭୫ ବର୍ଷ ଅତିକ୍ରମ କରି ୭୬ ବର୍ଷରେ ପାଦ ଦେଇଛି ବଙ୍ଗ ଦୁର୍ଭିକ୍ଷର ଇତିହାସ। ଆଜିବି ସେ ଦୁର୍ଭିକ୍ଷ ମହାମାରୀ ଓ ମହାପ୍ରଳୟର ଅତୀତକୁ ଶୁଣୁଥିବା ପ୍ରତିଟି ପ୍ରାଣରେ ଭୟ ସଂଚାର ହୁଏ । କେମିତି ଆସିଲା ଏ ମହାପ୍ରଳୟ? କାହିଁକି ମୁକାବିଲା କରିପାରିଲାନି ଶାସନ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ହେବା ସ୍ୱଭାବିକ। ସମାଜ ବିଜ୍ଞାନୀମାନଙ୍କ ପ୍ରକାଶିତ ଗବେଷଣା ଅନୁସାରେ ଏଥିପାଇଁ ପ୍ରକୃତି ଯେତିକି ଦାୟୀ ନଥିଲା, ତତ୍କାଳୀନ ଇଂରେଜ ସରକାରଙ୍କ ଯୁଦ୍ଧଖୋର ପ୍ରବୃତ୍ତି ଲାଗି ଏହି ଦୁର୍ବିପାକ ମହାମାରିରେ ପରିଣତ ହୋଇଥିଲା।

୧୯୪୩ ମସିହା । ଭାରତର ସାମାଜିକ ଓ ରାଜନୀତିକ ଧାରାରେ ହଠାତ୍‍ ମୋଡ଼ ଆଣିଦେଲା । କାରଣ ଥିଲା ସେଇ ମହାମାରୀ, ମହାପ୍ରଳୟ- ଯାହା ବଙ୍ଗ ଦୁର୍ଭିକ୍ଷ ନାମରେ ପରିଚିତ । ଲୋକେ ଖାଇବାକୁ ପାଇଲେ ନାହିଁ । ଅନାହାରରେ ଗୋଟିଏ ପରେ ଗୋଟିଏ ପ୍ରାଣ ଛଟପଟ ହୋଇ ଶରୀର ଛାଡ଼ିଲା । ଯୁଆଡ଼େ ଦେଖିବ ସିଆଡ଼େ ମଣିଷ ଶବ । ଯେମିତି ଲାଗୁଥିଲା ଏ ଭାରତବର୍ଷର ପୂର୍ବ ଭାଗଟା ଆଗରେ ଖାଲି ମୃତ୍ୟୁକୁ ହିଁ ଭବିଷ୍ୟତ ଭାବେ ଦେଖୁଛି । ତତ୍କାଳୀନ ସରକାରୀ ହିସାବ ଅନୁସାରେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ଏଥିରେ ଯାଇଥିଲା ।

ଏ ଦୁର୍ଭିକ୍ଷ ଖାଦ୍ୟାଭାବ କିମ୍ବା ବୃଷ୍ଟିପାତ ଅଭାବରୁ ଘଟିନଥିଲା, ବରଂ ତତ୍କାଳୀନ ଇଂରେଜ ସରକାର ଓ ପ୍ରଶାସନରେ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଅପରିମାଣଦର୍ଶୀ ଯୋଜନା କାରଣରୁ ଘଟିଥିଲା । ଖାଦ୍ୟାଭାବର ମୁକାବିଲା କରିବାରେ ବିଫଳ ଯୋଜନା ଏବଂ ଯୁଦ୍ଧର ପରିସ୍ଥିତିକୁ ସମ୍ଭାଳିବାରେ ଦାୟୀତ୍ୱହୀନ ନୀତିନିୟମ ପରିଚାଳନା କାରଣରୁ ତତ୍କାଳୀନ ଇଂରେଜ ସରକାର ଲକ୍ଷ ଲକ୍ଷ ଭାରତୀୟଙ୍କ ମୃତ୍ୟୁର ପ୍ରତ୍ୟକ୍ଷ କାରଣ ପାଲଟିଥିଲା ବୋଲି ବଙ୍ଗ ଦୁର୍ଭିକ୍ଷର ୭୫ ବର୍ଷ ପରେ’ ଲିଖିତ ଏକ ଗବେଷଣା ଭିତ୍ତିକ ସନ୍ଦର୍ଭରେ ପ୍ରକାଶ ପାଇଛି ।

ଗୁଜୁରାଟର ଗାନ୍ଧୀନଗରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ପୁନେସ୍ଥିତ ପାଣିପାଗ ଓ ବାୟୁମଣ୍ଡଳୀୟ ସଂସ୍ଥାନ ଏବଂ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକମାନଙ୍କ ଦ୍ୱାରା “ଜିଓଫିଜିକାଲ ରିସର୍ଚ୍ଚ ଲେଟର – ଜର୍ଣ୍ଣାଲ’ରେ ଏ ବିଷୟ ପ୍ରକାଶିତ । ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡ଼କ୍ଟର ଭିମଲ୍ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡ଼କ୍ଟର ଅମରଦୀପ୍ ତୀୱାରୀ, ଡ଼କ୍ଟର ସରନ ଆଧାର, ଡ଼କ୍ଟର ରିପାଲ ସାହା, ଡ଼କ୍ଟର ମୁ ଜିଆଓ, ଡ଼କ୍ଟର ଡେନିସ୍ ଲେଟନ୍ ମାୟର ଓ ଡ଼କ୍ଟର ଡ଼ି.ଏସ୍. ପାୟିଙ୍କ ଭଳି ଖ୍ୟାତି ସମ୍ପନ୍ନ ବୈଜ୍ଞାନିକମାନେ ଦୀର୍ଘ ବର୍ଷ ଧରି ବେଙ୍ଗଲ ଦୁର୍ଭିକ୍ଷ ଉପରେ ଗବେଷଣା ଚଳାଇଥିଲେ ଦୁର୍ଭିକ୍ଷ ସମୟର ଭୌଗଳିକ, ବାୟୁମଣ୍ଡଳୀୟ ଓ ପାଣିପାଗ ତଥା ଭୂମି ଆର୍ଦ୍ରତା ସମ୍ପର୍କିତ ତଥ୍ୟ ସ୍ଥାନୀୟ ପରିସଂସ୍ଥାନର ଉପଲବ୍ଧ ରିପୋର୍ଟ ଓ ରେକର୍ଡ଼କୁ ନେଇ ଏହି ସନ୍ଦର୍ଭ ପ୍ରସ୍ତୁତ, ଯାହା ୭୫ବର୍ଷ ପରେ ପୁଣିଥରେ ଭୟଙ୍କର ବଙ୍ଗ ଦୁର୍ଭିକ୍ଷକୁ ସମସ୍ତଙ୍କ ଦୃଷ୍ଟି ଥାକର୍ଷଣ କରିଛି ।

ତତ୍‌କାଳୀନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ୍‌ ଚର୍ଚିଲ


୧୮୭୦ ମସିହାରୁ ୨୦୧୬ ମସିହା ମଧ୍ୟରେ ଭାରତର ବିଭିନ୍ନ ପ୍ରାନ୍ତରରେ ସଂଗଠିତ ହୋଇଥିବା ମରୁଡ଼ିକୁ ନେଇ ପ୍ରଫେସର ମିଶ୍ରଙ୍କ ବୈଜ୍ଞାନିକ ଦଳ ଗବେଷଣା ଚଳାଇଥିଲେ । ସେତେବେଳର ବାୟୁମଣ୍ଡଳରେ ପାଣିପାଗର ସ୍ଥିତି, ବୃଷ୍ଟିପାତ, ଭୂମିର ଆର୍ଦ୍ରତା ଏବଂ ଖାଦ୍ୟାଭାବ ମଧ୍ୟରେ ଥିବା ସିଧାସଳଖ ସମ୍ପର୍କକୁ ନେଇ ବଙ୍ଗ ଦୁର୍ଭିକ୍ଷ ଉପରେ ଗବେଷଣା ଚାଲିଥିଲା । ବଙ୍ଗ ଦୁର୍ଭିକ୍ଷ ସମୟରେ ଅର୍ଥାତ୍ ୧୯୪୩ ମସିହାରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଯୁଦ୍ଧପ୍ରିୟ ଉଇନ୍ଷ୍ଟନ୍ ଚର୍ଚ୍ଚିଲ୍ । ସେହିସମୟର ବେଙ୍ଗଲ ଦୁର୍ଭିକ୍ଷ ସମ୍ପର୍କିତ କୌଣସି ସରକାରୀ ଓ ବୈଜ୍ଞାନିକ ରେକର୍ଡ଼ରେ ମୌସୁମୀର ଅନିୟମିତତା କିମ୍ବା ବୃଷ୍ଟିପାତ ଅଭାବରୁ ଏଭଳି ମରୁଡ଼ିଜନିତ ମହାମାରୀ ଘଟିଥିଲାବୋଲି ଦର୍ଶାଯାଇନାହିଁ । ଏହା ପ୍ରଫେସର ମିଶ୍ର ଓ ତାଙ୍କ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ ଉଲ୍ଲେଖ କରିଛି ।

୧୯୪୩ ମସିହାର ଏହି ଦୁର୍ଭିକ୍ଷ ପୂର୍ବରୁ ମଧ୍ୟ ଅନ୍ୟଏକ ଭୟଙ୍କର ମରୁଡ଼ି ଭାରତରେ ସୃଷ୍ଟି ହୋଇଥିଲା । କିନ୍ତୁ ବଙ୍ଗ ଦୁର୍ଭିକ୍ଷ ପୂର୍ବର ମରୁଡ଼ିକୁ ତକ୍ରାଳୀନ ଇଂରେଜ ପ୍ରଶାସନିକ ପଦାଧିକାରୀ ନିଜ ଦୂରଦୃଷ୍ଟି ଓ ବିଜ୍ଞତାର ପରିଚୟ ଦେଇ ଏହାର ସଫଳ ମୁକାବିଲା କରିଥିବାରୁ ଏହା ବଙ୍ଗ ଦୁର୍ଭିକ୍ଷ ପରି ମହାମାରୀ ରୂପ ନେଇପାରିନଥିଲା । ଦାୟିତ୍ୱସମ୍ପନ୍ନ ହୋଇ ସେହି ସମୟର ଇଂରେଜ ପ୍ରଶାସନିକ ଅଧିକାରୀ ଖାଦ୍ୟାଭାବର ମୁକାବିଲା କରିଥିଲେ । ମାତ୍ର ୧୯୪୩ ଦୁର୍ଭିକ୍ଷ ସମୟର ଇଂରେଜ ପ୍ରଶାସନିକ ଅଧିକାରୀ ଏ ଦିଗରେ ବିଫଳ ହୋଇ ମହାମାରୀ ରଚାଇ ଅରାଜକତା ସୃଷ୍ଟି କରିଥିଲେ ବୋଲି ଉପରୋକ୍ତ ଗବେଷଣା ସନ୍ଦର୍ଭରେ ଦର୍ଶାଯାଇଛି ।

“”୧୯୪୩ର ଖାଦ୍ୟାଭାବ ମୁକାବିଲାରେ ଚର୍ଚ୍ଚିଲଙ୍କ ସରକାର ବିଫଳ ହୋଇଥିଲେ । ବେଙ୍ଗଲ ଦୁର୍ଭିକ୍ଷ ଓ ମହାମାରୀର ମୁକାବିଲା ଦିଗରେ ଭାରତରେ ଅବସ୍ଥାପିତ ଇଂରେଜ ପ୍ରଶାସକ ଏବଂ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ସରକାର ଭାରତର ଲକ୍ଷ ଲକ୍ଷ ଜନସାଧାଣରଙ୍କ ପ୍ରତି ସମ୍ବେଦନହୀନ ଆଚରଣ, ଦାୟୀତ୍ୱହୀନ ପଦକ୍ଷେପ ଏବଂ ଅପରିଣାମଦର୍ଶୀ ନୀତି ଓ ଯୋଜନା ପ୍ରଣୟନ କାରଣରୁ ବଙ୍ଗ ଦୁର୍ଭିକ୍ଷ ସଂଗଠିତ ହୋଇଥିଲା । ଇଂରେଜ ସରକାର ତକ୍ରାଳୀନ ସମୟରେ ନିଜ ମାନବିକ ମୂଲ୍ୟବୋଧ ଅନୁଭବର ଅଭାବ କାରଣରୁ ଏହି ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନହାନୀ ହୋଇଥିଲା,” ବୋଲି କୁହନ୍ତି ପ୍ରଫେସର ଭିମଲ୍ ମିଶ୍ର ।

ସେ ସମୟରେ ଅନ୍ୟ ଅଞ୍ଚଳରେ ହୋଇଥିବା ମରୁଡ଼ିର ତୀବ୍ରତାକୁ ମପାଯାଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ୧୯୪୩ ମସିହାର ଦୁର୍ଭିକ୍ଷଠାରୁ ୧୯୪୧ ମସିହାର ଦ୍ୱିତୀୟାର୍ଦ୍ଧରେ ହୋଇଥିବା ମରୁଡ଼ିର ତୀବ୍ରତା ଯଥେଷ୍ଟ ଅଧିକ ଥିଲା ।

୦୧୬ ମସିହା ମଧ୍ୟରେ ଭାରତର ବିଭିନ୍ନ ପ୍ରାନ୍ତରରେ ସଂଗଠିତ ହୋଇଥିବା ମରୁଡ଼ିକୁ ନେଇ ପ୍ରଫେସର ମିଶ୍ରଙ୍କ ବୈଜ୍ଞାନିକ ଦଳ ଗବେଷଣା ଚଳାଇଥିଲେ । ସେତେବେଳର ବାୟୁମଣ୍ଡଳରେ ପାଣିପାଗର ସ୍ଥିତି, ବୃଷ୍ଟିପାତ, ଭୂମିର ଆର୍ଦ୍ରତା ଏବଂ ଖାଦ୍ୟାଭାବ ମଧ୍ୟରେ ଥିବା ସିଧାସଳଖ ସମ୍ପର୍କକୁ ନେଇ ବଙ୍ଗ ଦୁର୍ଭିକ୍ଷ ଉପରେ ଗବେଷଣା ଚାଲିଥିଲା । ବଙ୍ଗ ଦୁର୍ଭିକ୍ଷ ସମୟରେ ଅର୍ଥାତ୍ ୧୯୪୩ ମସିହାରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଯୁଦ୍ଧପ୍ରିୟ ଉଇନ୍ଷ୍ଟନ୍ ଚର୍ଚ୍ଚିଲ୍ । ସେହିସମୟର ବେଙ୍ଗଲ ଦୁର୍ଭିକ୍ଷ ସମ୍ପର୍କିତ କୌଣସି ସରକାରୀ ଓ ବୈଜ୍ଞାନିକ ରେକର୍ଡ଼ରେ ମୌସୁମୀର ଅନିୟମିତତା କିମ୍ବା ବୃଷ୍ଟିପାତ ଅଭାବରୁ ଏଭଳି ମରୁଡ଼ିଜନିତ ମହାମାରୀ ଘଟିଥିଲାବୋଲି ଦର୍ଶାଯାଇନାହିଁ । ଏହା ପ୍ରଫେସର ମିଶ୍ର ଓ ତାଙ୍କ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ ଉଲ୍ଲେଖ କରିଛି ।

ବଙ୍ଗ ଦୁର୍ଭିକ୍ଷର କରୁଣ ଚିତ୍ର


୧୯୪୩ ମସିହାର ଏହି ଦୁର୍ଭିକ୍ଷ ପୂର୍ବରୁ ମଧ୍ୟ ଅନ୍ୟଏକ ଭୟଙ୍କର ମରୁଡ଼ି ଭାରତରେ ସୃଷ୍ଟି ହୋଇଥିଲା । କିନ୍ତୁ ବଙ୍ଗ ଦୁର୍ଭିକ୍ଷ ପୂର୍ବର ମରୁଡ଼ିକୁ ତତ୍କାଳୀନ ଇଂରେଜ ପ୍ରଶାସନିକ ପଦାଧିକାରୀ ନିଜ ଦୂରଦୃଷ୍ଟି ଓ ବିଜ୍ଞତାର ପରିଚୟ ଦେଇ ଏହାର ସଫଳ ମୁକାବିଲା କରିଥିବାରୁ ଏହା ବଙ୍ଗ ଦୁର୍ଭିକ୍ଷ ପରି ମହାମାରୀ ରୂପ ନେଇପାରିନଥିଲା । ଦାୟିତ୍ୱସମ୍ପନ୍ନ ହୋଇ ସେହି ସମୟର ଇଂରେଜ ପ୍ରଶାସନିକ ଅଧିକାରୀ ଖାଦ୍ୟାଭାବର ମୁକାବିଲା କରିଥିଲେ । ମାତ୍ର ୧୯୪୩ ଦୁର୍ଭିକ୍ଷ ସମୟର ଇଂରେଜ ପ୍ରଶାସନିକ ଅଧିକାରୀ ଏ ଦିଗରେ ବିଫଳ ହୋଇ ମହାମାରୀ ରଚାଇ ଅରାଜକତା ସୃଷ୍ଟି କରିଥିଲେ ବୋଲି ଉପରୋକ୍ତ ଗବେଷଣା ସନ୍ଦର୍ଭରେ ଦର୍ଶାଯାଇଛି ।

“”୧୯୪୩ର ଖାଦ୍ୟାଭାବ ମୁକାବିଲାରେ ଚର୍ଚ୍ଚିଲଙ୍କ ସରକାର ବିଫଳ ହୋଇଥିଲେ । ବେଙ୍ଗଲ ଦୁର୍ଭିକ୍ଷ ଓ ମହାମାରୀର ମୁକାବିଲା ଦିଗରେ ଭାରତରେ ଅବସ୍ଥାପିତ ଇଂରେଜ ପ୍ରଶାସକ ଏବଂ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ସରକାର ଭାରତର ଲକ୍ଷ ଲକ୍ଷ ଜନସାଧାଣରଙ୍କ ପ୍ରତି ସମ୍ବେଦନହୀନ ଆଚରଣ, ଦାୟୀତ୍ୱହୀନ ପଦକ୍ଷେପ ଏବଂ ଅପରିଣାମଦର୍ଶୀ ନୀତି ଓ ଯୋଜନା ପ୍ରଣୟନ କାରଣରୁ ବଙ୍ଗ ଦୁର୍ଭିକ୍ଷ ସଂଗଠିତ ହୋଇଥିଲା । ଇଂରେଜ ସରକାର ତତ୍କାଳୀନ ସମୟରେ ନିଜ ମାନବିକ ମୂଲ୍ୟବୋଧ ଅନୁଭବର ଅଭାବ କାରଣରୁ ଏହି ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନହାନୀ ହୋଇଥିଲା,” ବୋଲି କୁହନ୍ତି ପ୍ରଫେସର ଭିମଲ୍ ମିଶ୍ର ।

ସେ ସମୟରେ ଅନ୍ୟ ଅଞ୍ଚଳରେ ହୋଇଥିବା ମରୁଡ଼ିର ତୀବ୍ରତାକୁ ମପାଯାଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ୧୯୪୩ ମସିହାର ଦୁର୍ଭିକ୍ଷଠାରୁ ୧୯୪୧ ମସିହାର ଦ୍ୱିତୀୟାର୍ଦ୍ଧରେ ହୋଇଥିବା ମରୁଡ଼ିର ତୀବ୍ରତା ଯଥେଷ୍ଟ ଅଧିକ ଥିଲା ।

“”୧୯୪୩ ମସିହାର ଦୁର୍ଭିକ୍ଷ ପାଇଁ ସିଧାସଳଖ ରହିଥିବା ଅନ୍ୟ କେତେକ କାରଣ ହେଉଛି ସେହି ସମୟର ଉଚ୍ଚ ମୃତ୍ୟୁହାର ଏବଂ ଏସିଆ ମହାଦେଶର ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଭାବ । ଏଥିପାଇଁ ପୃଷ୍ଟିହୀନତା ଓ ଖାଦ୍ୟାଭାବ ସୃଷ୍ଟି ହୋଇ ଲକ୍ଷାଧିକ ଲୋକଙ୍କୁ ମୃତ୍ୟୁମୁହଁକୁ ନେଇଗଲା । ଏହାସହିତ ମେଲେରିଆ ଭଳି କେତେକ ରୋଗ ମଧ୍ୟ ବେଙ୍ଗଲ ଦୁର୍ଭିକ୍ଷର ମହାମାରୀପାଇଁ ଦାୟୀ ଅଟେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଆତଙ୍କ ମଧ୍ୟରେ ସାମରିକ ରାଜନୈତିକ ପ୍ରସଙ୍ଗ ଅର୍ଥନୈତିକ ସ୍ଥିତିକୁ ପୁରାମାତ୍ରାରେ ଦେବାଳିଆ କରିଦେଇଥିଲା । ଏହାକୁ ସୁଧାରିବାରେ ତତ୍କାଳୀନ ଇଂରେଜ ପ୍ରଶାସନ ଓ ଚର୍ଚ୍ଚିଲ ସରକାର ବିଫଳ ହୋଇଥିଲେ । ବଙ୍ଗ ଦୁର୍ଭିକ୍ଷ ସମୟରେ ବର୍ମା ଶରଣାର୍ଥୀଙ୍କ (ବର୍ତ୍ତମାନର ମିୟାମାର) ସୁଅ ଛୁଟିଲା ।

ଅନ୍ୟପଟରେ ଯୁଦ୍ଧର ଘଡ଼ିସନ୍ଧି ସମୟରେ ଇଂରେଜ ସରକାର ଖାଦ୍ୟଶସ୍ୟର ଆମଦାନୀ ଉପରେ କଟକଣା ଲଗାଇଦେଲା। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜନସାଧାଣଙ୍କର ଗଚ୍ଛିତ ଖାଦ୍ୟଶସ୍ୟକୁ ଯୁଦ୍ଧଖୋର ଚର୍ଚ୍ଚିଲ ସରକାର ସୈନ୍ୟସାମନ୍ତଙ୍କ ପାଇଁ ଠୁଳକରି ରଖିଲେ । ଫଳରେ ଖାଦ୍ୟାଭାବ ଅତି ଉକ୍ରଟ ରୂପ ନେଲା ଏବଂ ଏହା ଦୁର୍ଭିକ୍ଷକୁ ଡ଼ାକିଆଣିଲା ।

ଇଂରେଜ ସରକାରର ଯୁଦ୍ଧଖୋର ପ୍ରବୃତ୍ତି ବଙ୍ଗ ଦୁର୍ଭିକ୍ଷ ପାଇଁ ସବୁଠାରୁ ଘାତକ କାରଣ ଥିଲା । ଏହା ହିଁ ହେଉଛି ବଙ୍ଗ ଦୁର୍ଭିକ୍ଷର ପ୍ରକୃତ ସତ୍ୟତା,” ବୋଲି କୁହନ୍ତି ପ୍ରଫେସର ଭିମଲ୍ ମିଶ୍ର । ଏପରିକି ୧୮୯୬-୯୭ ମସିହାର ମରୁଡ଼ିର ତୀବ୍ରତା ଦୁର୍ଭିକ୍ଷ ମରୁଡ଼ି ତୁଳନାରେ ଯଥେଷ୍ଟ ଅଧିକ ଥିଲା । ୧୯୪୧ର ଭୟଙ୍କର ମରୁଡ଼ିଜନିତ ଖଦ୍ୟାଭାବକୁ ସଫଳତାର ସହିତ ମୁକାବିଲା କରିଥିବା ତତ୍କାଳୀନ ଇଂରେଜ ପ୍ରଶାସକ, ସେତେବେଳେ ବର୍ମା ପ୍ରଭୃତି ଦେଶରୁ ପ୍ରଚୁର ପରିମାଣରେ ଗହମ ଆମଦାନୀ କରି ଜନସାଧାଣଙ୍କ ମଧ୍ୟରେ ବିତରଣର ବ୍ୟବସ୍ଥା କରିସାରିଥିଲେ । କିନ୍ତୁ ୧୯୪୩ ମସିହାରେ ଏହାର ବିପରୀତ ନୀତି ଆପଣାଇ ତତ୍କାଳୀନ ଇଂରେଜ ପ୍ରଶାସକମାନେ ଚର୍ଚ୍ଚିଲ ସରକାରର ସନ୍ତୁଷ୍ଟିକରଣ ନୀତିରେ ସାମିଲ ହୋଇ ଖାଦ୍ୟଶସ୍ୟ ଆମଦାନୀ ଉପରେ କଟକଣା ଲଗାଇଦେଲେ ।

୧୮୭୦ ରୁ ୧୯୪୩ ମସିହା ମଧ୍ୟରେ ଭାରତରେ ପ୍ରାୟ ଏକକୋଟିରୁ ଉର୍ଦ୍ଧ୍ୱ ଲୋକ ମରୁଡ଼ି ଭଳି ଖାଦ୍ୟାଭାବ କାରଣରୁ ମୃତ୍ୟୁବରଣ କରିଛନ୍ତି । ସେଥିମଧ୍ୟରୁ ୧୯୪୩ର ବଙ୍ଗ ଦୁର୍ଭିକ୍ଷ ମରୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମରୁଡ଼ି ବୃଷ୍ଟିହୀନତା, ଭୂମିର ଆର୍ଦ୍ରତା ହ୍ରାସ, ପାଣିପାଗରେ ଅନିୟମିତତା କାରଣରୁ ସଂଗଠିତ ହୋଇଛି । ଏଥିମଧ୍ୟରୁ ତିନୋଟି ମରୁଡ଼ି ମୁଖ୍ୟତଃ ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ଅଞ୍ଚଳର ତାପମାତ୍ରା ବୃଦ୍ଧି ବା “ଏଲିନିନୋ’ ପ୍ରଭାବରୁ ହୋଇଥିଲା ବୋଲି ପ୍ରଫେସର ଭିମଲ ମିଶ୍ରଙ୍କ ଗବେଷଣା ସନ୍ଦର୍ଭରେ ପ୍ରକାଶିତ ହୋଇଛି । ଏହାସହିତ ତତ୍କାଳୀନ ସମୟରେ ଗମନାଗମନର ଅସୁବିଧା, ସ୍ୱାସ୍ଥ୍ୟ ସେବାର ଅଭାବ, ଜଳସେଚନ ବ୍ୟବସ୍ଥା ନଥିବା ଭଳି କାରଣ ସହିତ ସାର୍ବଜନୀନ ଖାଦ୍ୟ ବିତରଣ କେନ୍ଦ୍ରର ଅଭାବ ମଧ୍ୟ ବେଙ୍ଗଲ ଦୁର୍ଭିକ୍ଷକୁ ଉତ୍କଟ କରବାରେ ସାହାଯ୍ୟ କରିଥିଲା ।

ଏସବୁ ଦିଗ ପ୍ରତି ଯୁଦ୍ଧରେ ମାତିଥିବା ତତ୍କାଳୀନ ଇଂରେଜ ସରକାର ବିଶେଷ ଧ୍ୟାନଦେବାରେ ବିଫଳ ହୋଇଥିଲେ ଫଳରେ ଖାଦ୍ୟାଭାବ ମରୁଡ଼ି ମହାମାରୀର ରୂପ ନେଇ ବେଙ୍ଗଲ ଦୁର୍ଭିକ୍ଷ ସୃଷ୍ଟି କରିଥିଲା । ବେଙ୍ଗଲ ଦୁର୍ଭିକ୍ଷ ସମୟର ଭୂତଳ ଜଳର ସ୍ଥିତି, ଭୂମିର ଆର୍ଦ୍ରତା, ଭୌଗଳିକ ଓ ପାଣିପାଗର ତଥ୍ୟକୁ ପରୀକ୍ଷା ନୀରିକ୍ଷା କଲେ ବୁଝା ପଡ଼ୁଛି ବର୍ତ୍ତମାନର ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ପ୍ରତି ଆମେ ସଚେତନ ହେବା ଦରକାର । ଯଦି ଏବେଠାରୁ ଏଥିପ୍ରତି ଆମେ ସଚେତନ ଓ ସଜାଗ ନହେବା ତେବେ ଆମେ ଆମ ଭବିଷ୍ୟତର ଆଗାମୀ ପିଢ଼ିକୁ ଅସୁରକ୍ଷିତ କରି ଆଉ ଏକ ବେଙ୍ଗଲ ଦୁର୍ଭିକ୍ଷ ପରି ଭୟଙ୍କର ବିପତ୍ତିକୁ ଡାକିଆଣିବା ବୋଲି ପ୍ରଫେସର ଭିମଲ ମିଶ୍ରଙ୍କ ଗବେଷଣା ସନ୍ଦର୍ଭରେ ସତର୍କ ସୂଚନା ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ପ୍ରଫେସର ଭିମଲ ମିଶ୍ର ଏବାଂ ତାଙ୍କ ଦଳର ବୈଜ୍ଞାନିକମାନେ ଭାରତର ମରୁଡ଼ି ଉପରେ କରିଥିବା ଗବେଷଣାରେ, ଓଡ଼ିଶାରେ ହୋଇଥିବା ନ’ଅଙ୍କ ଦୁର୍ଭିକ୍ଷର ମରୁଡ଼ି ତାଙ୍କ ଗବେଷଣାରେ ସ୍ଥାନ ପାଇନାହିଁ ।