ପେଟଚର୍ବି ହୋଇପାରେ ବିଭିନ୍ନ ହୃଦରୋଗର ବାହକ

0
121
advertisement

ବିଶ୍ୱର ହେଲ୍ଥ ରେକର୍ଡ଼ ଅନୁଯାୟୀ ଅଧିକାଂଶ ବ୍ୟକ୍ତି କାର୍ଡ଼ିଓ ଭସ୍କୁଲାର୍ ଡିଜିଜ୍ ବା ବିଭିନ୍ନ ପ୍ରକାର ହୃଦ୍‌ରୋଗ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । ଏକ ଗବେଷଣାରୁ ଜଣାପଡ଼ିଛି ଯେ ୨୦୧୬ରେ ପ୍ରାୟ ୧୭ କୋଟି ଲୋକଙ୍କୁ ହୃଦ୍ରୋଗ ଜନିତ ମୃତ୍ୟୁ ହୋଇଥିଲା । ୧୯୯୦ରେ ହୋଇଥିବା ମୃତ୍ୟୁ ସଂଖ୍ୟା ୨୦୧୬ରେ ପ୍ରାୟ ୩୪ ଗୁଣ ଅଧିକ ଥିଲା ।

ଏ ସମ୍ପର୍କରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣଶପଡ଼ିଥିଲା ଯେ ପେଟର ଚର୍ବି ଯୋଗୁଁ ବିଭିନ୍ନ ପ୍ରକାର ହୃଦ୍‌ରୋଗହୋଇଥାଏ। ଭାରତରେ ୧୦ଜଣଙ୍କ ମଧ୍ୟରେ ୭ ଜଣ ମୋଟାପା ବା ପେଟଚର୍ବି ଅଧିକ ଥାଏ । ତେଣୁ ହୃଦ୍ରୋଗ ହେବାର ସମ୍ଭାବନା ମଧ୍ୟ ବହୁତ ବଢ଼ିଯାଇଛି । ଏହାପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

ନିଜ ଡାଏଟ୍ରେ ନିୟନ୍ତ୍ରଣ କରିବା ସହିତ କେବଳ ପେଟ କମାଇବା ପାଇଁ ନିର୍ଦ୍ଦିଷ୍ଟ କିଛି ବ୍ୟାୟାମ କରିବା ଆବଶ୍ୟକ । ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ । ଅଧିକ ଫ୍ୟାଟ୍ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଚର୍ବି ଜମିଥାଏ । ଏହାଠୁ ଦୂରେଇ ରହନ୍ତୁ । ପେଟ ଚର୍ବି କମାଇବା ପାଇଁ ଆପଣ ପ୍ରତିଦିନ ଚାଲିବା ଅଭ୍ୟାସ କରନ୍ତୁ । ସାଧାରଣ ଭାବେ ନଚାଲି ଟିକେ ଜୋରରେ ଚାଲନ୍ତୁ । ଜିମ୍ ଯାଉଥିଲେ ପେଟର ଚର୍ବି କମ୍ କରିବା ପାଇଁ ଅଧିକ ଧ୍ୟାନ ଦିଅନ୍ତୁ । ଏହାଦ୍ୱାର ଆପଣ ଫିଟ୍ ରହିବା ସହିତ ହୃଦ୍ରୋଗରୁ ମୁକ୍ତ ହୋଇପାରିବେ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରୀନ ସିଗନାଲ : ସ୍କୁଲରେ ଆରମ୍ଭ ହେବ ସେକ୍ସ ଏଜୁକେସନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରୀନ ସିଗନାଲ : ସ୍କୁଲରେ ଆରମ୍ଭ ହେବ ସେକ୍ସ ଏଜୁକେସନ

କେରଳରେ ବ୍ୟାପୁଛି ‘ନିପା’ ଭାଇରସ: ଗଲାଣି ୧୦ ଜୀବନ

କେରଳରେ ବ୍ୟାପୁଛି ‘ନିପା’ ଭାଇରସ: ଗଲାଣି ୧୦ ଜୀବନ