ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ଅର୍ଥନୀତି ସଙ୍କଟରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଲୋନ୍ ମୋରାଟୋରିୟମ୍ ଅନ୍ତର୍ଗତ ଇଏମଆଇ ଉପରେ ଋଣ ଛାଡ ସମ୍ପର୍କୀତ ଏକ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି ।

ସୂଚନାନୁଯାୟୀ, କରୋନା ସମୟରେ ସାରା ଦେଶରେ ସରକାର ଲକଡାଉନ୍ ଜାରି କରିଥିଲେ । ଯାହା ଫଳରେ ଅର୍ଥ ବ୍ୟବସ୍ଥା ସଙ୍କଟ ଭିତରେ ଗତି କରୁଛି ବୋଲି ଏହି ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ।

ଏପରିକି ବୁଧବାର ଦିନ ମାମଲାର ଶୁଣାଣି ବେଳେ କେନ୍ଦ୍ରକୁ ସେପ୍ଟେମ୍ବର ୧ ତାରିଖ ଭିତରେ ନିଜ ମତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବିପର୍ଯ୍ୟୟ ପ୍ରଶମନ ଆଇନ ଅନୁଯାୟୀ ଇଏମଆଇ ଉପରୁ ସୁଧ ଛାଡ କରିବା ଅଧିକାର ସରକାରଙ୍କର ରହିଛି ।

ଲକଡାଉନ୍ ଯୋଗୁଁ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ତେଣୁକରି ସରକାରଙ୍କୁ ସେମାନଙ୍କର ଦୁର୍ଦ୍ଦଶା ସମ୍ପର୍କରେ ମଧ୍ୟ ଭାବିବାକୁ ପଡିବ । ଯାହା ପରେ କୋର୍ଟ ଆଗାମୀ ଶୁଣାଣୀ ସେପ୍ଟେମ୍ବର ୧କୁ ଘୁଞ୍ଚାଇଛନ୍ତି ।

ସୂଚନାଯୋଗ୍ୟ, କରୋନା ଜନିତ ଲକଡାଉନ୍ ଯୋଗୁଁ ରିଜର୍ଭ ବ୍ୟାଙ୍କ ଇଏମଆଇ ଉପରେ ମୋରାଟୋରିୟମ୍ ଘୋଷଣା କରିଥିଲେ । ଯାହାକୁ ଅଗଷ୍ଟ ୩୧ ଯାଏଁ ବଢା ଯାଇଥିଲା । ଏପରିକି ଆରବିଆଇ କହିଥିଲେ ଯେ ଲୋନ୍ କିସ୍ତି ୬ ମାସ ମଧ୍ୟରେ ନ ଶୁଝିପାରିଲେ ତାହାକୁ ଡିଫଲ୍ଟ ଭାବି ପାରିବେ ନାହିଁ । କିନ୍ତୁ ମୋରାଟୋରିୟମ୍ ପରେ ବକେୟା ଅର୍ଥ ଉପରେ ସମ୍ପୂର୍ଣ୍ଣ ସୁଧ ଦେବାକୁ ପଡିବ ।

ଏସମ୍ପର୍କରେ ସରକାର ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେତା କହିଛନ୍ତି ଯେ ଆରବିଆଇ ସହ ମିଶି ସହ ସରକାର ସମସ୍ୟାର ସମାଧାନ କରୁଛନ୍ତି ।
ହେଲେ ଏହି ମାମଲାରେ କୋର୍ଟ ଗତ ଶୁଣାଣିରେ କହିଥିଲେ ଯେ ସରକାର ଆରବିଆଇକୁ ଢାଲ କରି ଲୁଚି ପାରିବ ନାହିଁ ।

କୋର୍ଟ ଆକ୍ଷେପ କରି ଆହୁରି କହିଥିଲେ ଯେ ବ୍ୟାଙ୍କ ହଜାର କୋଟି ଟଙ୍କା ଏନପିଏରେ ପକାଇ ଦିଅନ୍ତି । ହେଲେ କିଛି ମାସ ପାଇଁ ଛାଡ ଇଏମଆଇ ଉପରେ ସୁଧ ନେବାକୁ ଚାହୁଁଛନ୍ତି ।

Leave a Reply

Your email address will not be published.