ଘନ ଓ କଳା ଆଇବ୍ରୋ ପାଇଁ ବିୟୁଟି ଟିପ୍ସ୍

ଘନ ଓ କଳା ଆଇବ୍ରୋ ଚେହେରାକୁ ଆହୁରି ସୁନ୍ଦର କରିଥାଏ । ସେଭଳି ଆଇବ୍ରୋ ପାଇବାକୁ ହେଲେ ଅନେକ ସମୟରେ ଅଧିକ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ପଡ଼ିଥାଏ । ତାହା ମାତ୍ର କିଛି ସମୟ ପାଇଁ ହିଁ ରହିଥାଏ । କିନ୍ତୁ ଯଦି ଆପଣ ନ୍ୟାଚୁରାଲ୍ ଭାବରେ ସବୁଦିନ ପାଇଁ ଆଇବ୍ରୋକୁ ଘନ ଓ କଳା କରି ଆକର୍ଷଣୀୟ ଚେହେରା ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣାନ୍ତୁ କିଛି ଘରୋଇ ବିୟୁଟି ଟିପ୍ସ ।

ତେବେ ଆସନ୍ତୁ ଜାଣିବା –
ଗୋଟିଏ ବଡ଼ ପିଆଜର ରସ ବାହାର କରନ୍ତୁ । ୨ଚାମଚ ପିଆଜ ରସରେ ଗୋଟିଏ ଚାମଚ କାଷ୍ଟର୍ ଅଏଲ ଓ ୨ଟି ଭିଟାମିନ୍ ଇ କ୍ୟାପସୁଲ୍ କାଟି ମିଶାନ୍ତୁ । ସେଥିରେ ଅଳ୍ପ ପରିମାଣରେ ଭେସଲିନ୍ ଜେଲି ମିଶାଇ ଭଲ ଭାବେ ଫେଣ୍ଟନ୍ତୁ । ଏହି ପେଷ୍ଟକୁ ଫ୍ରିଜରେ ରଖି ଆପଣ ୫-୬ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ପ୍ରତିଦିନ ରାତିରେ ଆପଣ ଏହି ପେଷ୍ଟକୁ ଆଙ୍ଗୁଠିରେ ନେଇ ଆଇବ୍ରୋ ଉପରେ ହାଲ୍କା ମାଲିସ୍ କରନ୍ତୁ । ଆଇବ୍ରୋ ଉପରେ ଗାଢା ଭାବେ ଏହି ପେଷ୍ଟ୍ ଲଗାନ୍ତୁ । ସକାଳୁ ଉଠିବା ପରେ ସାଧାରଣ ଭାବେ ମୁହଁ ଧୋଇଦିଅନ୍ତୁ । କିଛି ଦିନ ଏହାକୁ ନିୟମିତ ବ୍ୟବହାର କରିବା ପରେ ଆପଣ ନିଶ୍ଚିତ ଭାବେ ଫରକ ଜାଣିପାରିବେ ।

Leave a Reply

Your email address will not be published.