ବିୟୁଟି ଟିପ୍ସ: ଶୀତଦିନରେ କେଶର ଯତ୍ନ

ଶୀତଦିନରେ ତ୍ୱଚା ସହିତ କେଶ ସମସ୍ୟା ଅଧିକ ଦେଖାଯାଏ । ଅଧିକ ରୁପି, ରୁକ୍ଷ କେଶ, କେଶ ଫାଟିବା ଓ ଚମକ ହରାଇବା ଭଳି ଅନେକ ସମସ୍ୟା ଯୋଗୁଁ ଆପଣଙ୍କ ସୁନ୍ଦରତା ଫିକା ପଡ଼ିଥାଏ । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଏଭଳି କିଛି ଟିପ୍ସ ରହିଛି, ଯାହାକୁ ଫଲୋ କରିବା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ।

ତେବେ ଆସନ୍ତୁ ଜାଣିବା –
୧- ଶୀତଦିନେ ଅଧିକ ସାମ୍ପୁ କରନ୍ତୁ ନାହିଁ ।
୨- କେଶକୁ ସବୁବେଳେ ମଇଶ୍ଚରାଇଜଜ୍ ରଖିବା ପାଇଁ ଅଲିଭ୍, ବାଦାମ୍ କିମ୍ବା ନଡ଼ିଆ ତେଲର ବ୍ୟବହାର କରନ୍ତୁ ।
୩- ଯେ କୌଣସି ତେଲ ହେଉ ନା କାହିଁକି, ଶୀତଦିନରେ ସବୁବେଳେ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ୍ କରନ୍ତୁ ।
୪- କେଶକୁ ଖୋଲା ରଖି ବାହାରକୁ ଯାଆନ୍ତୁ ନାହିଁ । ଜୁଡ଼ା କିମ୍ବା ବେଣୀକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।
୫- ବିଶେଷ ଭାବେ ଶୀତଦିନରେ କେଶ କଲରିଂ ଠାରୁ ଦୂରେଇ ରହନ୍ତୁ ।
୬- ସପ୍ତାହରେ ଅତିକମରେ ୩ଥର ଦହି କିମ୍ବା ଅଣ୍ଡା ଲଗାନ୍ତୁ । ଏହା ରୁପି ସମସ୍ୟା ଦୂର କରି କେଶକୁ ଚମକଦାର୍ କରିଥାଏ ।

Leave a Reply

Your email address will not be published.