ବିୟୁଟି ଟିପ୍ସ: ଗରବା ନାଇଟ୍ ପାଇଁ ଟ୍ରେଣ୍ଡି ହେୟାର୍ ଷ୍ଟାଇଲ୍

ସାଧାରଣତଃ ଗରବା ସମୟରେ କେଶକୁ ଖୋଲା ଛାଡ଼ି ହୁଏ ନାହିଁ । ହେଭି ଡ୍ରେସ୍ ସହିତ ଖୋଲା କେଶକୁ ସମ୍ଭାଳିବା ଖୁବ୍ ମୁସ୍କିଲ୍ । ତେଣୁ କେଶକୁ ସିମ୍ପଲ୍ ଜୁଡ଼ା କିମ୍ବା ବେଣୀ ନକରି ଫଲୋ କରନ୍ତୁ କିଛି ନୂଆ ହେୟାର୍ ଷ୍ଟାଇଲ୍ । ବିୟୁଟିସିଆନଙ୍କ ମତରେ ଚଳିତବର୍ଷ ଗରବା ନାଇଟ୍ ପାଇଁ ଲୋ ବନ୍ ଓ କ୍ରସ୍ ରୋଲ୍ ଭଳି ଆହୁରି କିଛି କେଶସଜ୍ଜା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣା କରିବ । ସେସବୁ କେଶ ସଜ୍ଜା ଖୁବ୍ କମ୍ ସମୟ ମଧ୍ୟରେ ହୋଇପାରିବ ଏବଂ ଗରବା ସମୟରେ ତାହା ଆପଣଙ୍କ ପାଇଁ ବେଶ୍ କମଫର୍ଟ ରହିବ । ତେବେ ଆସନ୍ତୁ ଜାଣିବା ଚଳିତବର୍ଷର କିଛି ଟ୍ରେଣ୍ଡି ହେୟାର୍ ଷ୍ଟାଇଲ୍ ସମ୍ପର୍କରେ –

ଲୋ ବନ୍ –ଏହି ହେୟାର୍ ଷ୍ଟାଇଲକୁ କରିବାକୁ ମାତ୍ର ୧୫-୨୦ ମିନିଟ୍ ଲାଗିଥାଏ । ଏହା ଗରବା ନାଇଟ୍ ପାଇଁ ଏକଦମ୍ ପରଫେକ୍ଟ । ଏଥିରେ ଆପଣ ଗଜରା କିମ୍ବା ଲେୟାର୍ ଗଜରା ମଧ୍ୟ ଲଗାଇପାରିବେ । ଏହା କେବଳ ଲେହେଙ୍ଗା ନୁହେଁ, ଶାଢ଼ି ସହିତ ମଧ୍ୟ ସୁନ୍ଦର ଲାଗିଥାଏ । ଟିନଏଜ୍ ଝିଅମାନଙ୍କୁ ଏହା ଆକର୍ଷଣୀୟ ଲୁକ୍ ଦେଇଥାଏ ।

କ୍ରସ୍ ରୋଲ୍ – ଏହି ହେୟାର୍ ଷ୍ଟାଇଲ୍ ବିଶେଷ ଭାବେ ମହିଳାଙ୍କୁ ମାନିଥାଏ । ଲେହେଙ୍ଗା ଓ ଶାଢ଼ି ସହିତ ଆପଣ ଏହାକୁ ଟ୍ରାଏ କରିପାରିବେ । ଏଥିରେ ଅଧିକ ଫୁଲ କିମ୍ବା ଜୁଏଲାରୀ ଲଗାନ୍ତୁ ନାହିଁ । ଏହାର ମଝିରେ ଷ୍ଟୋନର ଗୋଟିଏ ଛୋଟ ଫ୍ଲାୱାର୍ କ୍ଲିପ୍ ଲଗାନ୍ତୁ ।

ରୋଜ୍ ପେଟଲ୍ ହେୟାର୍ – ସବୁଠାରୁ ଅଧିକ ଚାହିଦାରେ ରହିଛି ରୋଜ୍ ପେଟଲ୍ ହେୟାର୍ ଷ୍ଟାଇଲ୍ । ଏଥିରେ ପ୍ରାୟ ଅଧଘଣ୍ଟା ସମୟ ଲାଗିଥାଏ । ପ୍ରଥମ ବେଣି କରାଯାଇ ପେଟଲ୍ କରିବା ପାଇଁ ଅନେକ ଲେୟାର୍ ବାହାର କରାଯାଇଥାଏ । ଏହାପରେ ଜୁଡ଼ା କରାଯାଏ । ଜୁଡ଼ା କରିବା ପରେ ତାହା ଗୋଟିଏ ଗୋଲାପ ଫୁଲ ଭଳି ଦିଶୁଥିବାରୁ ତାହାକୁ ରୋଜ୍ ପଟେଲ୍ ନାମ ମିଳିଛି

ମର୍ମେଡ୍ ହେୟାର୍ – ଏହା ଏକପ୍ରକାରର ବେଣି ଭଳି ଦେଖାଯାଏ । ପତଳା କେଶରେ ମଧ୍ୟ ଏହି ହେୟାର୍ ଷ୍ଟାଇଲକୁ କରିବା ଦ୍ୱାରା ମୋଟାବେଣି ଭଳି ଦେଖାଯାଏ । ଏଥିରେ ଆପଣ ତଳକୁ ତଳ ଫ୍ଲାୱାର୍ କ୍ଲିପ୍ କିମ୍ବା ଚେନ୍ ଦ୍ୱାରା ସଜାଯାଇଥିବା ଷ୍ଟୋନ୍ କ୍ଲିପ୍ କିମ୍ବ ଅନ୍ୟ ଯେ କୌଣସି ଡିଜାଇନ୍ ହେୟାର୍ ଆସେସରିଜ୍ ଦ୍ୱାରା ସଜାଇପାରିବେ । ଏହା ମୁଖ୍ୟତଃ ଘାଗରା ସହିତ ଅଧିକ ଆକର୍ଷଣୀୟ ଲାଗିବ

ଟୁଇଷ୍ଟେଡ୍ – ଏହି ହେୟାର୍ ଷ୍ଟାଇଲରେ ଗୋଟିଏ ଗୋଟିଏ ଲେୟାରକୁ ନେଇ ଟୁଇଷ୍ଟ୍ କରାଯାଏ । ଏଥିରେ ଡିଜାଇନ୍ ହେୟାର୍ ପିନ୍ ଅଧିକ ଲଗାଇଗା ଉଚିତ୍ ନୁହେଁ । କେବଳ ଗୋଟିଏ କିମ୍ବା ଦୁଇଟି ବଡ଼ ଫ୍ଲାୟାର୍ ପିନ୍ ସେଥିରେ ଲଗାନ୍ତୁ । 

Leave a Reply

Your email address will not be published.