ବିୟୁଟି ଟିପ୍ସ: ସ୍ଲିମ୍ ଓ ସ୍ମାର୍ଟ ଦେଖାଯିବା ପାଇଁ ଏଭଳି ପିନ୍ଧନ୍ତୁ ଡ୍ରେସ୍

ଝିଅମାନେ ସବୁବେଳେ ନିଜକୁ ସ୍ଲିମ୍ ଓ ସ୍ମାର୍ଟ କରିବା ପାଇଁ ଡ୍ରେସ୍ ଠାରୁ ଆରମ୍ଭ କରି ଜୋତା, ଭ୍ୟାନିଟି, ମେକଅପ୍ ଓ ଆସେସରିଜ୍ କ୍ଷେତ୍ରରେ ବିଭିନ୍ନ ପ୍ରକାର ଫ୍ୟାଶନ୍ ଟିପ୍ସ ଫଲୋ କରିଥାନ୍ତି । ନିଜକୁ ସ୍ଲିମ୍ କରିବା ପାଇଁ ଅନେକ ଝିଅ ନିଜ ଡାଏଟରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଡ୍ରେସ୍ ପିନ୍ଧିବାର ଢ଼ଙ୍ଗ ଓ ଏଭଳି ଅନେକ ପକାର ଡ୍ରେସ୍ର ଡଜାଇନ୍ ରହିଛି, ଯାହାକି ଆପଣଙ୍କୁ ଏକ ସ୍ଲିମ୍ ଓ ଫ୍ୟାଶନେବୁଲ୍ ଲୁକ୍ ଦେଇଥାଏ । ତେବେ ଆସନ୍ତୁ ଜାଣିବା –

୧- ଅଧିକ ଟାଇଟ୍ କିମ୍ବା ଅଧିକ ଢ଼ିଲା ଡ୍ରେସ୍ ପିନ୍ଧନ୍ତୁ ନାହିଁ । ପରଫେକ୍ଟ ଫିଟିଙ୍ଗ୍ ଡ୍ରେସ୍ ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଦେବ । ଯଦି ଆପଣ ଅଧିକ ପତଳା ହୋଇଥାନ୍ତି, ତେବେ ପରଫେକ୍ଟ ଫିଟିଙ୍ଗ୍ ଡ୍ରେସ୍ ନପିନ୍ଧି ସାମାନ୍ୟ ଢ଼ିଲା ଡ୍ରେସ୍ ଟ୍ରାଏ କରନ୍ତୁ । ଏହା ଆପଣଙ୍କୁ ପରଫେକ୍ଟ ଲୁକ୍ ଦେବ ।

୨- ଗାଢ଼ା ରଙ୍ଗର ଆଉଟଫିଟ୍ ଦ୍ୱାରା ସ୍ଲିମ୍ ଲୁକ୍ ସମ୍ଭବ । ଏଥିପାଇଁ ଆପଣ ବ୍ଲାକ୍, ଡାର୍କ ଗ୍ରେ, ପର୍ପଲ୍, ବ୍ରାଉନ୍ କିମ୍ବା ଗାଢ଼ାନୀଳ ରଙ୍ଗର ଡ୍ରେସକୁ ୱାର୍ଡ଼ରୋବରେ ସାମିଲ୍ କରନ୍ତୁ । ଏହା ବ୍ୟତୀତ ପ୍ରିଣ୍ଟ୍ରେଡ୍ ପୋଷାକ ନ ପିନ୍ଧି ଗୋଟିଏ ରଙ୍ଗର ଡ୍ରେସ୍ ପିନ୍ଧିବା ଦ୍ୱାରା ଆପଣ ପତଳା ଦେଖାଯିବେ ।

୩- ସ୍ଲିମ୍ ସହିତ ଆକର୍ଷଣୀୟ ଲୁକ୍ ଚାହୁଁଥିଲେ ଫିଟିଙ୍ଗ୍ ସହିତ ଡ୍ରେସର ସାଇଜ୍ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ଶରୀରର ଉଚ୍ଚତା ଅନୁଯାୟୀ ଆପଣ ଡ୍ରେସର ସାଇଜ୍ ରଖନ୍ତୁ । ଅଧିକ ବଡ଼ ପ୍ରିଣ୍ଟ୍ ଥିବା ଡ୍ରେସ୍ ସ୍ଲିମ୍ ଲୁକ୍ ଦେଇନଥାଏ । ତେଣୁ ପୋଷାକର ଫେବ୍ରିକ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

Advertisements

Leave a Reply