ପରଫେକ୍ଟ କାଜଲ ଲଗାଇବା ପାଇଁ ଜାଣିରଖନ୍ତୁ ଏହି ୫ଟି ଟିପ୍ସ୍

0
28
advertisement

କାଜଲ୍ ଲଗାଇବା ହେଉଛି ଏକ କଳା । ଏହାକୁ ସମସ୍ତେ ଠିକ୍ ଭାବେ କରିପାରନ୍ତି ନାହିଁ । ଫଳରେ ଆପଣ ଯେତେ ବି ମେକଅପ୍ କରନ୍ତୁ ନା କାହିଁକି, କାଜଲ୍ ଖେଳାଇ ଯିବା ପରେ ତାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ଫିକା କରିଦିଏ । ତେଣୁ କାଜଲ ଲଗାଇବା ସମୟରେ କିଛି ଟିପ୍ସ ଆପଣାନ୍ତୁ । ଏହା କାଜଲକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ସହିତ ଆଖି ଖୁବ୍ ଆକର୍ଷଣୀୟ ଲାଗିବ । ତେବେ ଆସନ୍ତୁ ଜାଣିବା –

୧-କାଜଲ ଲଗାଇବା ପୂର୍ବରୁ ଚେହେରାକୁ ଭଲ ଭାବେ ଟୋନିଙ୍ଗ୍ କରନ୍ତୁ । ଏହାଦ୍ୱାରା ତ୍ୱଚାର ତେଲିଆ ଅଂଶ ଚାଲିଯାଏ । ଫଳରେ ଅଧିକ ସମୟ କାଜଲ ଆଖିରେ ଲାଗି ରହେ ।

୨- କାଜଲ ଖେଳାଇ ଯିବା ଭୟ ଦୂର କରିବା ପାଇଁ ପ୍ରଥମେ ବ୍ଲାକ୍ ଆଇଶାଡୋ ପାଉଡର୍ ବ୍ୟବହାର କରନ୍ତୁ । ଆଖି ତଳେ ଟ୍ରାନ୍ସଲୁସେଣ୍ଟ୍ ପାଉଡର୍ ଲଗାଇବା ପରେ କାଜଲ ଲଗାନ୍ତୁ ।

୩- ମେକଅପ୍ ସହିତ ସାଧାରଣ ପାଉଡରକୁ ଅଳ୍ପ ବ୍ରସରେ ନେଇ ଆଖିର ଦୁଇ କୋଣରେ ଲଗାନ୍ତୁ । ଏହାଦ୍ୱାରା ସେ ପାଖରେ ତେଲିଆ ଅଂଶ ରହିନଥାଏ । ଏହାର ୨-୩ ମିନିଟ୍ ଛାଡ଼ି କାଜଲ ଲାଇନର୍ ଲଗାନ୍ତୁ ।

୪- ଅଧିକ ସମୟ ରହୁଥିବା ଏବଂ ୱାଟରପ୍ରୁଫ୍ କାଜଲ ଲଗାନ୍ତୁ । ସବୁବେଳେ ଦାମୀ ଓ ଭଲ କମ୍ପାନୀର କାଜଲ ପେନସିଲ୍ ବ୍ୟବହାର କରନ୍ତୁ । ୬ ମାସରୁ ଅଧିକ ସମୟ କାଜଲ୍ ପେନସିଲକୁ ରଖନ୍ତୁ ନାହିଁ । ଏହାକୁ ବ୍ୟବହାର କରିବା ଦ୍ୱାରା ଆଖି ପୋଡ଼ିବା କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖାଦେଇପାରେ ।

୫- କାଜଲ ଲଗାଇବା ପରେ ୱାଟର୍ ଲାଇନର ବାହାରେ ହାଲକା ଆଇଶାଡୋ ଲଗାନ୍ତୁ । ଏହା ଆପଣଙ୍କ ଆଖିର ମେକଅପକୁ ଆକର୍ଷଣୀୟ କରିବ ।