ଆପଣଙ୍କ ବିୟୁଟି ପ୍ରଡକ୍ଟ ଖରାପ ହୋଇଯାଇଛି କି? ଜାଣିବେ କିପରି

ଆପଣ ବ୍ୟବହାର କରୁଥିବା କିଛି ବିୟୁଟି ପ୍ରଡକ୍ଟର ଏକ୍ସପାଇରି ଡେଟ୍ ଆହୁରି ଅନେକ ଦିନ ଥିଲେ ମଧ୍ୟ ପ୍ରଡକ୍ଟଗୁଡ଼ିକ ଖରାପ ଅବସ୍ଥାକୁ ଆସିଯାଇଥାଏ । ସେଭଳି ପ୍ରଡକ୍ଟଗୁଡ଼ିକୁ ଚେହେରାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍ ଡିଜିଜ୍ ହେବାର ସମ୍ଭାବନା ଥାଏ । ତେବେ ଆପଣ କିଭଳି ଜାଣିବେ ଯେ ଆପଣ ବ୍ୟବହାର କରୁଥିବା ବିୟୁଟି ପ୍ରଡକ୍ଟଗୁଡ଼ିକ ଭଲ ଅଛି କି ଖରାପ ହୋଇସାରିଛି । ତେବେ ଏ କ୍ଷେତ୍ରରେ ବିୟୁଟିସିଆନମାନଙ୍କର କିଛି ଟିପ୍ସ ଆପଣଙ୍କ କାମରେ ଆସିପାରେ । ଆସନ୍ତୁ ଜାଣିବା –

୧- ଯଦି କ୍ରିମ୍ ଲଗାଇବା ସମୟରେ ପୂର୍ବ ଅପେକ୍ଷା ହାତକୁ ଅଧିକ ତେଲିଆପଣ ଲାଗୁଥାଏ ଏବଂ କ୍ରିମର ବାସ୍ନା ବଦଳିବା ଭଳି ଲାଗୁଥାଏ, ତେବେ ଜାଣିବେ ଯେ କ୍ରିମ୍ ଖରାପ ହୋଇସାରିଛି ।

୨- ଲିପଷ୍ଟିକ୍ ଖୋଲିବା ପରେ ଅଧିକ ତୈଳାକ୍ତ ଜଣାପଡ଼ିବା କିମ୍ବା ପୂର୍ବ ଅପେକ୍ଷା ଓଠରୁ କମ୍ ସମୟରେ ବାହାରି ଯାଉଥିଲେ, ସେହି ଲିପଷ୍ଟିକକୁ ବ୍ୟବହାର ନ କରିବା ଭଲ । ଖରାପ ଲିପଷ୍ଟିକ୍ ଯୋଗୁଁ ଓଠର ସୌନ୍ଦର୍ଯ୍ୟ ନଷ୍ଠ ହୋଇଥାଏ ।

୩-କ୍ରିମ୍ ବେଷ୍ଟଡ୍ ଫାଉଣ୍ଡେସନରୁ ବାସ୍ନା ଚାଲିଯାଇଥିଲେ ତାହା ଖରାପ ହୋଇଯାଇଥାଏ । ଲିକୁଇଡ୍ ବେଷ୍ଟଡ୍ ଫାଉଣ୍ଡେସନ୍ ଖରାପ ହୋଇଯାଇଥିଲେ ସେଥିରେ ଛୋଟ ଛୋଟ ବଲସ ସୃଷ୍ଟି ହୋଇଥାଏ ।

୪- ବ୍ଲସର୍ ପାଉଡର୍ ଲଗାଇବା ପରେ ତ୍ୱଚା କୁଣ୍ଡେଇ ହେବା କିମ୍ବା ଛୋଟ ଛୋଟ ଦାନା ଭଳି ବ୍ରଣ ହେଲେ ଜାଣିବାକୁ ହେବ ଯେ ତାହା ଖରାପ ହୋଇସାରିଛି ।

୫- କ୍ରିମ୍ ବେଷ୍ଟଡ୍ ଆଇଶ୍ୟାଡୋ ଖରାପ ହୋଇଯାଇଥିଲେ ଅଧିକ ତୈଳାକ୍ତ ହୋଇଯାଏ । ପରଫ୍ୟୁମ୍ ପୁରୁଣା ହୋଇଗଲେ କପଡ଼ାରେ ଏକ ହଳଦିଆ ଦାଗ ସୃଷ୍ଟି ହୋଇଥାଏ ଏବଂ ସ୍କିନ୍ରେ ବ୍ୟବହାର କରିବା ଦ୍ୱାରା ଜ୍ୱଳନ ସମସ୍ୟା ଦେଖାଦିଏ ।

୬- ମସ୍କାରା ଖରାପ ହୋଇଗଲେ ତାହାର ବାସ୍ନା ବଦଳିଯିବା ସହିତ ତାହା ଶୁଖିଯାଇ ଛୋଟ ଛୋଟ ବଲସ୍ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published.