ପିସିଙ୍କ ଠାରୁ ଜାଣନ୍ତୁ କିଛି ବିୟୁଟି ଟିପ୍ସ

0
25
advertisement

ଆକର୍ଷଣୀୟ ଚେହେରା ଓ ଅଭିନୟର ଯାଦୁରେ ଦେଶ-ବିଦେଶର ଅଗଣିତ ପ୍ରଶଂସକଙ୍କୁ କିମିଆ କରି ରଖିଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି । ନିକଙ୍କ ସହିତ ବିବାହ ପରେ ପିସିଙ୍କ ରୁପଚର୍ଯ୍ୟାକୁ ନେଇ ସୋସିଆଲ୍ ମିଡିଆର ଚର୍ଚ୍ଚା ପୂର୍ବ ଅପେକ୍ଷା ଅନେକ ପରିମାଣରେ ବଢ଼ିଯାଇଛି । ଆଉଟଫିଟ୍ ଓ ପିସିଙ୍କ ମେକଅପ୍, ସମସ୍ତଙ୍କ ମନ ମୋହି ନେଉଛି । ନିକଟରେ ପିସି ମିଡିଆ ସହିତ ଏକ ସାକ୍ଷାତକାରରେ ତାଙ୍କର କିଛି ବିୟୁଟି ସିକ୍ରେଟ୍ ସେୟାର୍ କରିଥିଲେ । ତେବେ ପିସିଙ୍କ ଭଳି ସୁନ୍ଦରତା ଚାହୁଁଥିଲେ ଆସନ୍ତୁ ଜାଣିନେବା ସେହିସବୁ ବିୟୁଟି ଟିପ୍ସ ସମ୍ପର୍କରେ-

୧- ପ୍ରିୟଙ୍କା ନିଜ ଓଠକୁ ସୁନ୍ଦର କରି ରଖିବା ପାଇଁ ସବୁବେଳେ ଲିପ୍ ସ୍କ୍ରବ୍ କରିଥାନ୍ତି । ଏଥପାଇଁ ଆପଣଙ୍କୁ ଦରକାର ହେବ ଅଧା ଚାମଚ ସି ସଲଟ, ୧ ଚାମଚ ଭେଜିଟେବୁଲ୍ ଗ୍ଲିସେରିନ୍ ଓ ୧ ଚାମଚ ଗୋଲାପ ଜଳ । ଏହାର ଏକ ପେଷ୍ଟ୍ ପ୍ରସ୍ତୁତ କରି ଓଠରେ ଧୀରେ ଧୀରେ ସ୍କ୍ରବ୍ କରନ୍ତୁ । ତା’ ପରେ ଭଲ ଭାବେ ଧୋଇଦିଅନ୍ତୁ ।

୨- କେଶକୁ ରୁକ୍ଷ ହେବାରୁ ରକ୍ଷା କରିବା, ରୂପି ସମସ୍ୟା ଦୂର କରିବା ସହ କେଶମୂଳକୁ ମଜବୁତ କରିବା ପାଇଁ ପିସି କହିଛନ୍ତି ଯେ ସେ ଗୋଟିଏ ବାଉଲରେ ଅଧା କପ୍ ଦହି, ୧ ଚାମଚ ମହୁ ଓ ଗୋଟିଏ ଅଣ୍ଡାକୁ ଫେଣ୍ଟି ଏକ ପେଷ୍ଟ୍ ପ୍ରସ୍ତୁତ କରିଥାନ୍ତି । ଏହାକୁ କେଶ ମୂଳରେ ଲଗାଇ ୧ ଘଣ୍ଟା ଛାଡ଼ିବା ପରେ କଣ୍ଡିସନର୍ଯୁକ୍ତ ସାମ୍ପୂରେ ଧୋଇଦିଅନ୍ତି ।

୩- ପିସିଙ୍କ ବିୟୁଟି ଟିପ୍ସ ତାଳିକାରେ ଚେହେରା, ହାତ ଓ ପାଦର ସୁନ୍ଦରତା ପାଇଁ ମଧ୍ୟ ଗୋଟିଏ ଭଲ ଟିପ୍ସ ରହିଛି । ତ୍ୱଚାରେ ଚମକ ଆଣିବା ସହ ହାତ ଓ ପାଦର ସୁନ୍ଦରତା ଚାହୁଁଥିଲେ ପ୍ରତିଦିନ ଆପଣ ପିସିଙ୍କ ଭଳି ଦହି, ଲେମ୍ବୁରସ, ଖିର ଓ ହଳଦୀ ମିଶାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଚେହେରା, ପାଦ ଓ ହାତରେ ମାଲିସ୍ କରି ଅଧଘଣ୍ଟା ଛାଡ଼ିବା ପରେ ମଇଶ୍ଚରାଇଜରଯୁକ୍ତ ସାବୁନରେ ଧୋଇଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here