ମନସୁନ୍ ପାଇଁ ବ୍ୟବହାର କରନ୍ତୁ ଏହିସବୁ ସାବୁନ୍, ଚମକି ଉଠିବ ତ୍ୱଚା
ଆସିଗଲା ମନସୁନ୍ । ବର୍ଷାରେ ଭିଜି ଚଟପଟା ଖାଇବା ଯେତିକି ମଜା, ତାଠାରୁ ଅଧିକ କଷ୍ଟ ହେଉଛି ବର୍ଷାଦିନେ ତ୍ୱଚାର ଯତ୍ନ ନେବା । କାରଣ ବର୍ଷାଦିନରେ ସୁବଠାରୁ ଅଧିକ ସ୍କିନ୍ ଡିଜିଜ୍ ହେବାର ଭୟ ଥାଏ । ତେଣୁ ବିୟୁଟିସିଆନମାନେ ମେକଅପ୍ ସହିତ କେଉଁଭଳି ସାବୁନ୍ ବ୍ୟବହାର କରିବେ, ସେ ସମ୍ପର୍କିତ ଅନେକ ଟିପ୍ସ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ବର୍ଷାଦିନର ସାବୁନ୍ ସମ୍ପର୍କିତ କିଛି ଟିପ୍ସ ସମ୍ପର୍କରେ –
୧- ବର୍ଷାଦିନର ଜୟବାୟୁରେ ଅଧିକ ଆଦ୍ରତା ଥିବା ଫଳରେ ତ୍ୱଚାରେ ବ୍ୟାକ୍ଟେରିଆଜନିତ ସଂକ୍ରମଣ ଅଧିକ ଥାଏ । ତେଣୁ ଏହିଦିନରେ ପ୍ରାୟତଃ ଅଧିକ ମାତ୍ରାରେ ହରବାଲ୍ ସାବୁନର ବ୍ୟବହାର କରିବା ଉଚିତ୍ । ହରବାଲ୍ ସାବୁନ୍ ଦ୍ୱାରା ତ୍ୱଚା ସଂକ୍ରମଣ ଦୂର ହେବା ସହିତ ତ୍ୱଚାର ପିଏଚ୍ ଲେଭଲ୍ ବାଲାନ୍ସ ପ୍ରଭାବିତ ହୁଏ ନାହିଁ । ଫଳରେ ତ୍ୱଚାର ଚମକ ଫିକା ପଡ଼େନାହିଁ ।
୨- ଅଧିକ ସୁଗନ୍ଧ ଯୁକ୍ତ ସାବୁନ୍ ବ୍ୟବହାର କରନ୍ତୁ ନାହିଁ । କାରଣ ବାସ୍ନା ଅଧିକ ସମୟ ରହିବା ପାଇଁ ଏଥିରେ ଅନେକ ପ୍ରକାର କୃତ୍ରିକ ରସାୟନିକ ମିଶାଯାଏ । ଏଭଳି ସାବୁନ୍ ଲଗାଇବା ଦ୍ୱାରା ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ । ଯଦି ଆପଣ ବାସନା ସାବୁନ୍ ଚାହୁଁଛନ୍ତି ତେବେ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ପୋଷକ ତତ୍ୱଯୁକ୍ତ ବାଦାମ୍, ମାରଗୋସା, ଗୋଲାପ ଓ ନିମ, ହଳଦୀ, ଲାଭେଣ୍ଡର୍ ଭଳି କିଛି ସାବୁନ୍ ଲଗାଇପାରିବେ ।
୩- ମେକଅପ୍ ବାହାର କରିବା ପାଇଁ ଅଧିକ ମାତ୍ରାରେ କୌଣସି ଫେସୱାସ୍ ବ୍ୟବହାର ନ କରି ଗୋଲାପ ଜଳ, ହଳଦୀ କିମ୍ବା ଚନ୍ଦନ ପେଷ୍ଟ ଦ୍ୱାରା ମେକଅପ୍ ହଟାଇବାକୁ ଚେଷ୍ଟା କରନ୍ତୁ ।