ଭୁବନେଶ୍ବରରୁ ଦିନକରେ ୩୩୨ ଆକ୍ରାନ୍ତ ଚିହ୍ନଟ, ୭୧୬ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୭୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୬୨ ଜଣ । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୮୬, ୪୦୨। ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୮୩, ୮୭୫ ଜଣ ସୁସ୍ଥ ହୋଇସାରିଛନ୍ତି । ୪୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୦୬ ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୭୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

 

Leave a Reply

Your email address will not be published.