ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂର ସବୁ ଦୋକାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂର ସବୁ ଦୋକାନ ଖୋଲୁଛି । କରୋନା କଟକଣା ନିୟମ ଉଲଂଘନ ନେଇ  ୧୩ ତାରିଖରେ ମାର୍କେଟ ବିଲଡିଂକୁ ସିଲ୍ କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। କୋଭିଡ ନିୟମ ପାଳନ କରିବାକୁ ବିଏମ୍‌ସି ଦୋକାନୀଙ୍କୁ ପରାମର୍ଶ ଦେଇଛନ୍ତି।BMC ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ରଜକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରଜ ପାଇଁ କିଣାକିଣି ପାଇଁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ତେବେ ଏହାକୁ ବେଖାତିର କରି ରାଜଧାନୀର ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ । ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଥିଲା ।

Leave a Reply

Your email address will not be published.