ବଦଳିପାରେ ‘ବାଟଲା ହାଉସ୍’ର ରିଲିଜ୍ ଡେଟ୍

ବିଗତ ୬ ମାସ ବକ୍ସ ଅଫିସ୍ ପାଇଁ ବେଶ୍ ଧମାକେଦାର୍ ଥିଲା । ମୋଟ ଉପରେ କହିବାକୁ ଗଲେ ୨୦୦୦କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ ହେବା ସହିତ ଚଳିତବର୍ଷ ପାଇଁ ୮ଟି ଫିଲ୍ମ ୨୦୦କୋଟି ଫିଲ୍ମ କ୍ଲବରେ ପହଞ୍ଚିଥିଲା । ବକ୍ସ ଅଫିସର ଏହି ଧାରା ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଏକରକମ ନିଶ୍ଚିତ ହୋଇଯାଇଛନ୍ତି । କାରଣ ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ଏକାସାଙ୍ଗରେ ୩ଟି ବଡ଼ ବଜେଟ୍ ଓ ବଡ଼ ଷ୍ଟାରର୍ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି । ସେ ୩ଟି ଫିଲ୍ମ ହେଉଛି ମଲଟିଷ୍ଟାରର୍ ‘ମିଶନ୍ ମଙ୍ଗଲ୍’, ପ୍ରଭାଷଙ୍କ ‘ସାହୋ’ ଓ ଜନ୍ ଆ୍ରବାହମଙ୍କ ‘ବାଟଲା ହାଉସ୍’ । ଏହାକୁ ସବୁଠାରୁ ବଡ଼ ବକ୍ସଅଫିସ୍ କ୍ଲେଶ ବୋଲି କୁହାଯାଉଛି ।

ତେଣୁ ଏହାକୁ ଦୃଷ୍ଟିରେ ରଖି ‘ବାଟଲା ହାଉସ’ର ମେକର୍ସ ଏହାର ରିଲିଜ୍ ଡେଟକୁ ପରିବର୍ତ୍ତନ କରିବାକୁ ଯୋଜନା ରଖିଛନ୍ତି ବୋଲି ଖବର ମିଳିଛି । ଦର୍ଶକଙ୍କ ପସନ୍ଦ ଜାଣିବା ପରେ ଆଜିକାଲି ନାମୀ ତାରକାମାନେ ମଧ୍ୟ କୌଣସି ଉତ୍ସବରେ ସେମାନଙ୍କର ଫିଲ୍ମ ରିଲିଜ୍ କରିବାକୁ ମନ ବଳାଉଛନ୍ତି । କିନ୍ତୁ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦୁଇଟି ଫିଲ୍ମ ସହିତ ‘ବାଟଲା ହାଉସ୍’ ରିଲିଜ୍ ହୋଇ ନପାରେ । ତେବେ ଏହି ଫିଲ୍ମ ଦେଖିବା ପାଇଁ ଜନଙ୍କ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.