ଏହି ଦିଗରେ ବନାନ୍ତୁ ଷ୍ଟଡିରୁମ୍, ସମସ୍ତ ପରୀକ୍ଷାରେ ହେବେ କୃତକାର୍ଯ୍ୟ

ସନ୍ତାନମାନଙ୍କ ଉନ୍ନତି ଓ ସବୁ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଚାହୁଁଥିଲେ ଘର ବନାଇବା ସମୟରେ ଷ୍ଟଡିରୁମର ବାସ୍ତୁଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ । ବାସ୍ତୁଶାସ୍ତ୍ରକାରଙ୍କ ମନରେ ଷ୍ଟଡିରୁମ୍ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ୍ । ଯଦି ବର୍ତ୍ତମାନ ଆପଣ ରହୁଥିବା ଘରେ ଏଭଳି କିଛି ସୁବିଧା ନାହିଁ, ତାହେଲେ କେବଳ ଗୋଟିଏ ପଢା ଟେବୁଲ୍ ଓ ଛୋଟ ବହି ର‌୍ୟାକ୍ ରଖିବା ପାଇଁ ଘରର ଉତ୍ତ-ପୂର୍ବ ଦିଗରେ ଛୋଟ ସ୍ଥାନଟିଏ ବାହାର କରନ୍ତୁ । ଉତ୍ତର-ପୂର୍ବ ଦିଗ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଉତ୍ତ-ପୂର୍ବ ଦିଗରେ ବସି ଅଧ୍ୟୟନ କଲେ, ସବୁ ପରୀକ୍ଷା କୃତକାର୍ଯ୍ୟ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ କରାଯାଏ ।

ଏହା ସହିତ ପଢା ଟେବୁଲ୍ ଉପରେ କ୍ରିଷ୍ଟ୍ରାଲର ଛୋଟ ଗଣେଶ ମୂର୍ତ୍ତି କିମ୍ବା ପ୍ରିଜନ୍ ରଖନ୍ତୁ । ପ୍ରିଜନ୍ ରଖିବା ଦ୍ୱାରା ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର ହେବା ସହିତ ପଢିବା ସମୟରେ ମନରେ ଏକାଗ୍ରତା ଆସିଥାଏ । ତେଣୁ ଆପଣ ମଧ୍ୟ ଷ୍ଟଡିରୁମ୍ରେ ଏଭଳି ପରିବର୍ତ୍ତନ ଆଣିବା ପାଇଁ ଥରେ ଚେଷ୍ଟାକରି ଦେଖନ୍ତୁ ।

Leave a Reply

Your email address will not be published.