ତୃଣମୂଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଲାଂଦେଶୀ ହିରୋର ଭିସା ଜବତ

ବାଂଲାଦେଶୀ କଳାକାର ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣମୁଳ କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପଡ଼ିଛନ୍ତି। ବାହାର ଦେଶର ବ୍ୟକ୍ତି ଭାରତରେ ଆସି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ପରେ ଗୃହ ମନ୍ତ୍ରଣାଳୟ ଅହମଦଙ୍କ ବିଜନେସ ଭିସାକୁ ରଦ୍ଦ କରିଛି। ତୁରନ୍ତ ଭାରତ ଛାଡ଼ି ଯିବା ପାଇଁ ମଧ୍ୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଫିରଦୋସଙ୍କୁ । ତେବେ ଅହମଦଙ୍କୁ କଳାତାଲିକା ଭୁକ୍ତ କରିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଯେଉଁଥିରେ ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ କଳାକାରଙ୍କ ସହ ମିଶି ରାୟଗଞ୍ଜ ଲୋକସଭା ଆସନର ଟିଏମସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିଲେ ସୋଶାଲ ମିଡ଼ିଆରେ ସେହି ଭିଡ଼ିଓ ଭାଇରାଲ ହୋଇଥିଲା। ରୋଡ଼ ଶୋ’ ରେ ସାମିଲ ହୋଇ କହ୍ନେୟା ଲାଲ ଓ ମମତା ବାନାର୍ଜିଙ୍କୁ ପ୍ରଶଂସା କରି ଟିଏମସି ପାଇଁ ଭୋଟ ଦେବାକୁ ଫିରଦୋସ୍ ଲୋକଙ୍କୁ ଅପିଲ୍ କରିଥିଲେ ।

ବିଜେପି ନେତା ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଥିଲେ। ଅନ୍ୟ ଦେଶର ଜଣେ ନାଗରିକ ଟୁରିଷ୍ଟ ଭିସାରେ ଆସି ନିର୍ବାଚନ ପ୍ରଚାରରେ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ।

ତେବେ ଖବର ସରବରାହ ସଂସ୍ଥା ପିଟିଆଇକୁ ରାୟଗଞ୍ଜ ଲୋକସଭା ଆସନର ଟିଏମସି ପ୍ରାର୍ଥୀ କହ୍ନେୟା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କ ପ୍ରଚାରରେ ଫିରଦୋସ୍ ସାମିଲ ହେବା କଥା ତାଙ୍କୁ ଜଣା ନାହିଁ। ତାଙ୍କ ପାଇଁ ଦୁଇ ଜଣ ଷ୍ଟାର ପ୍ରଚାରକ ଅଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଅନ୍ୟ ଜଣେ ଶୁଭେନ୍ଦୁ ଅଧିକାରୀ। ଟିଏମସି ନେତା କିନ୍ତୁ ଫିରଦୋସଙ୍କ ପ୍ରଚାର ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Leave a Reply

Your email address will not be published.