ପତଞ୍ଜଳି କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଦ୍ୱାରା କରୋନା ଭାଇରସର ଉପଚାର ପାଇଁ ବିକଶିତ କରିଥିବା ଔଷଧ କରୋନିଲ୍ ସମ୍ପର୍କରେ ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛି । ଏହି ମାମଲାରେ ବିଧିବଦ୍ଧ ଯାଂଚ ହେବା ପରେ ହିଁ ବିଭିନ୍ନ ଦାବି ଓ ବିଜ୍ଞାପନ ଜରିଆରେ ଏହାର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପତଞ୍ଜଳି ଆୟୁର୍ବେଦ ଦ୍ୱାରା କରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ ।

କେନ୍ଦ୍ରୀୟ ସଂସ୍ଥାଦ୍ୱାରା ଔଷଧର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ପର୍ଯ୍ୟନ୍ତ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଔଷଧର ମଞ୍ଜୁରି ପତ୍ର ଦାଖଲ ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ୨ହଜାର ଔଷଧ ପ୍ରସ୍ତୁତ କରିଥିବା ପତଞ୍ଜଳିର ଦାବି ହୋଇଛି । ଗଣମାଧ୍ୟମରେ ପତଞ୍ଜଳି ଏମଡ଼ି ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି । କରୋନା ମୁକାବିଲା କରିବା ପାଇଁ ଉଭୟ ଚିକିତ୍ସା ଓ ପ୍ରତିଷେଧକ ଔଷଧ କରୋନିଲ ପ୍ରସ୍ତୁତ କରିଛି ପତଞ୍ଜଳି । ସୋମବାରଠୁ ଲୋକଙ୍କୁ ଅନଲାଇନ ଅର୍ଡ଼ର କରିବାକୁ କହୁଛନ୍ତି ବାଳକୃଷ୍ଣ ।

Leave a Reply