ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଉ ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କଲେ ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମୁକାବିଲା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ବାଗଚୀ ଦମ୍ପତି ଏବେ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସୁବ୍ରତ ବାଗଚୀ ହେଉଛନ୍ତି କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ମୁଖପାତ୍ର । ପୂର୍ବରୁ ସେ ଓ ତାଙ୍କ ପତ୍ନୀ କୋଭିଡ ମୁକାବିଲା ପାଇଁ ଅଢେଇ କୋଟି ଚଙ୍କା ଦାନ କରିଥିଲେ । ଏବେ ଉଭୟ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

Leave a Reply