ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ

ଲକ୍ଷ୍ନୌ, (ଓଡିଶା ଟାଇମ୍ଆ) : ଆଜି ଆସିବ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ । ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବେ । ତେବେ ଏହାର ରାୟ ବେଳେ ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ କୋର୍ଟରେ ଉପସ୍ଥିତ ରହିବେ ନାହିଁ । କରୋନା ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଏମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ।

୧୯୯୨ ଡିସେମ୍ବର ୬ରେ ୧୬ ଶହ ଶତାବ୍ଦୀର ଏହି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ମସଜିଦକୁ ଭାଙ୍ଗିବା ପାଇଁ ଉସକାଇବା ଅଭିଯୋଗରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ ଆଦିଙ୍କ ନାମରେ ମାମଲା ଚାଲିଛି । ସେହିପରି ଏହି ମାମଲାରେ ରାମ ମନ୍ଦିର ଟ୍ରଷ୍ଟର ପ୍ରମୁଖ ମହନ୍ତ ନୃତ୍ୟଗୋପାଳ ଦାସ, ବରିଷ୍ଠ ନେତା ବିନୟ କତିଆର ଏବଂ ସାଧ୍ବୀ ରୁତୁମ୍ଭରା ପ୍ରମୁଖ ଅଭିଯୁକ୍ତ ରହିଛନ୍ତି ।

ବାବ୍ରି ମସଜିଦ ଘଟଣାର ତଦନ୍ତ କରି ସିବିଆଇ କୋର୍ଟରେ ୩୫୧ ଜଣ ସାକ୍ଷୀ ଓ ୬ଶହ ପୃଷ୍ଠାର ଦସ୍ତାବିଜ ଦାଖଲ କରିଥିଲା । ପ୍ରକୃତରେ ୪୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । କିନ୍ତୁ ୩ ଦଶନ୍ଧି ଧରି ମାମଲାର ଶୁଣାଣି ଚାଲିଥିବାରୁ ୧୬ ଜଣ ଅଭିଯୁକ୍ତ ପ୍ରାଣ ହରାଇ ସାରିଛନ୍ତି । ଅଭିଯୁକ୍ତମାନେ ନିଜର ଭାଷଣ ଦ୍ବାରା ହିଁ କର ସେବକମାନଙ୍କୁ ମସଜିଦ୍ ଭାଙ୍ଗିବାକୁ ଉସକାଇଥିବା ସିବିଆଇ କୋର୍ଟରେ ଯୁକ୍ତି ରଖିଥିଲା ।

Leave a Reply

Your email address will not be published.