ଓଠରୁ ଜାଣନ୍ତୁ ବ୍ୟକ୍ତିତ୍ୱ

0
30
advertisement

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶାରୀରିକ ଅଙ୍ଗଭଙ୍ଗୀ ଓ ଶାରୀରିକ ଗଠନକୁ ଲକ୍ଷ୍ୟ କରି ଜଣେ ବ୍ୟକ୍ତିର ମନୋଦଶା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ । ଏହି ଧାରାରେ ଆସନ୍ତୁ ଜାଣିବା ଓଠର ଆକାର କିଳଭି ଭାବେ ବ୍ୟକ୍ତିତ୍ୱର ପରିପ୍ରକାଶ କରିପାରିବ ।

୧- ଯଦି କୌଣସି ବ୍ୟକ୍ତିଙ୍କ ଉପର ଓ ତଳ ଓଠ ସମାନ, ତେବେ ସେ ଖୁବ୍ ସୌଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ସମାଜରେ ପ୍ରତିଷ୍ଠା ଲାଭ କରିବା ସହିତ ବିଶେଷ ଭାବେ କର୍ମକ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି ।

୨- ଉଚ୍ଚ ଓ ବଡ଼ ଓଠର ବ୍ୟକ୍ତି ଖୁବ୍ ଜିଦ୍ଖୋର୍ ଏବଂ କଜିଆ ପ୍ରକୃତିର ହୋଇଥାନ୍ତି । ସେମାନେ ଖୁବ୍ କ୍ଷଣକୋପୀ ଏବଂ ନିରାଶାବାଦୀ ଅଟନ୍ତି ।

୩- ପତଳା ଓ ସମୃଣ ଓଠର ଅଧିକାରୀ ବ୍ୟକ୍ତିମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିଥାଏ । ସେମାନେ ମିଷ୍ଟଭାଷୀ ଓ ଅନ୍ୟମାନଙ୍କୁ ନିଜର ବ୍ୟବହାର ଦ୍ୱାରା ଆକୃଷ୍ଟ କରିଥାନ୍ତି । ସେମାନେ ଖୁବ୍ କଳାପ୍ରିୟ ଓ ଭ୍ରମଣ ପ୍ରିୟ ମଧ୍ୟ ।

୪- ଯେଉଁମାନଙ୍କ ଓଠ ମସୃଣ ନୁହେଁ ଏବଂ ତା’ ସହିତ ଉପର ଓ ତଳ ଓଠର ମଧ୍ୟ ଭାଗ ଅଳ୍ପ ନୀଚ ଥାଏ, ସେମାନେ ସୁବୁବେଳେ ଦୁଃଖି । ସେମାନେ ଜୀବନରେ ଅନେକ ସଂଘର୍ଷ କରିଥିଲେ ମଧ୍ୟ ସଫଳତା ପାଇପାରନ୍ତି ନାହିଁ ।

୫- ଯେଉଁମାନଙ୍କ ଓଠ କଳା ଓ ମୋଟା, ସେମାନଙ୍କୁ ଆଦୌ ସୁଲକ୍ଷଣା ବୋଲି କହିହେବ ନାହିଁ । ଜ୍ୟୋତିଷଶାସ୍ତ୍ରରେ ସେମାନଙ୍କୁ ଅଲକ୍ଷ୍ମୀ ବୋଲି କୁହାଯାଇଛି । ଏଭଳି ଓଠର ଅଧିକାରୀ ବ୍ୟକ୍ତି କଳହପ୍ରିୟ ଓ ଅହଂକାରୀ ।

୬- ଉପର ଓଠର ମଧ୍ୟଭାଗ ଅଧିକ ଉଚ୍ଚ ହୋଇଥିଲେ, ସେମାନେ ଅଧିକ ବୁଦ୍ଧିମାନ୍ ଓ ପରୋପକାରୀ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here