ମନ୍ଦିରରୁ ଆଣିଥିବା ଫୁଲ ବାସି ହୋଇଗଲା ପରେ କ’ଣ କରିବେ? ଜାଣନ୍ତୁ

0
36
advertisement

ଅନେକ ବ୍ୟକ୍ତି ମନ୍ଦିରରୁ ଭଗବାନଙ୍କ ଛଡ଼ା ଫୁଲ କିମ୍ବା କୌଣସି ମାନସିକ ପାଇଁ ଠାକୁର ମୂର୍ତ୍ତିଙ୍କ ପାଦର ଫୁଲ ଆଣି ଘରେ ରଖିଥାନ୍ତି । ଅନେକ ସମୟରେ ଭୋଗ ସହିତ ଫୁଲ, ତୁଳସୀ କିମ୍ବା ବେଲପତ୍ର ମଧ୍ୟ ମିଳିଥାଏ । ଭଗବାନଙ୍କ ଆର୍ଶୀବାଦ ଭାବେ ମିଳିଥିବା ଏହି ଫୁଲ ମଉଳି ଯିବା ପରେ କ’ଣ କରାଯିବ, ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥାଏ । କେତେଜଣ ଏହାକୁ ନେଇ କୌଣସି ଗଛ ମୂଳରେ ପକାଇ ଦେଇଥାନ୍ତି । କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ । ଜ୍ୟୋତିଷ ପଣ୍ଡିତମାନଙ୍କ ମତ ଅନୁଯାୟୀ ଏହାକୁ ବାହାରେ ନ ପକାଇ ନିଜ ଘରେ ହିଁ ରଖିବା ଉଚିତ୍ ।

ଏହାକୁ ଆପଣ ଗୋଟିଏ ଲାଲ୍ କପଡ଼ାରେ ଗୁଡ଼ାଇ ଟଙ୍କା ଥିବା ଆଲମାରୀ ଲକରରେ ରଖିବା ଉଚିତ୍ । ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ଅଭାବ ଦୂର ହେବା ସହ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ । କିନ୍ତୁ ପ୍ରତିଥର ଲାଲ୍ କପଡ଼ା ଆଣିବା ସମ୍ଭବ ନୁହେଁ । ତେଣୁ ଆଜିକାଲି ମାର୍କେଟରେ ମିଳୁଥିବା ଲାଲ୍ ମଖମଲ୍ କିମ୍ବା ସିଲକର ପୋଟଲି ବ୍ୟାଗ କିଣି ତା’ ଭିତରେ ଏହି ଫୁଲକୁ ରଖିପାରିବେ । ଯଦି ଯାତ୍ରା କରୁଥିବା ସମୟରେ କେହି ଜଣେ ଆପଣଙ୍କୁ ଭୋଗ ସହିତ ପାଦୁକା ଫୁଲ ଦେଇଥାନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ । ତାହାକୁ ଗୋଟିଏ ଧଳା ରଙ୍ଗର କାଗଜରେ ଗୁଡ଼ାଇ ବ୍ୟାଗ୍ କିମ୍ବା ପର୍ସରେ ରଖିଦିଅନ୍ତୁ । ଘରକୁ ଫେରି ତାହାକୁ ମଧ୍ୟ ଅନ୍ୟ ଫୁଲ ସହିତ ମିଶାଇ ରଖନ୍ତୁ ।