ବିଧାନସଭା ପରିସରରେ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଆଜି ପ୍ରାୟ ସକାଳ ୮ଟାରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଏହି କରୋନା ଟେଷ୍ଟ କରାଯିବ। ମନ୍ତ୍ରୀ, ବିଧାୟକ, ବିଧାନସଭାର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ।

ଗତକାଲି ହୋଇଥିବା ସର୍ବଦଳୀୟ ବୈଠକରେ ବାଚସ୍ପତି ଏହି ସୂଚନା ଦେଇଥିଲେ। ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ।

Leave a Reply

Your email address will not be published.