ଆସାମରେ ବନ୍ୟା ସ୍ଥିତି ଯୋଗୁଁ ୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୌହାଟୀ, (ଓଡିଶା ଟାଇମ୍‌): ଉତ୍ତର ପୂର୍ବ ରାଜ୍ୟରେ ବ୍ୟା ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ଯାହା ଫଳରେ ଆସାମରେ ବନ୍ୟା ଯୋଗୁଁ ୨୦ ଜିଲ୍ଲାର ୫୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥି ସହିତ ପ୍ରାୟ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି ।

କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଦୈନିକ ରିପୋର୍ଟ ଅନୁଯାୟୀ ବନ୍ୟା କାରଣରୁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ସୂଚନା ମିଳିଛି । ଯାହାଫଳରେ ୨୦ ଜିଲ୍ଲାର ୧୩୦୭ ଗାଁ ପ୍ରଭାବିତ ହୋଇଛି । ଏପରିକି ଏହି ବନ୍ୟା କାରଣରୁ ଆସାମରେ ଏବେ ସୁଦ୍ଧା ୧୦୯ ଜଣଙ୍କ ମୃତ୍ୟୁ ହୋଇଛି ।

ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଧେମାଜୀ, ବିଶ୍ୱନାଥ, ଡରାଙ୍ଗ, ବକ୍ସା, ନଲବରୀ, ଚିରାଙ୍ଗ, କୋକ୍ରାଝର, କାମରୁପ, ନାଙ୍ଗାଓଁ, ଗୋଲାଘାଟ ବଙ୍ଗାଇଗାଁଓ, ଗୋଲପାରା, ମରିଗାଁଓ, ଗୋଲାଘାଟ, ବାରପେଟା, ଲକ୍ଷ୍ମୀପୁର, ଢୁବରୀ ଆଦି ଜିଲ୍ଲା ବନ୍ୟା କାରଣରୁ ୧୦,୫୨,୬୪୫ରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ।

ଏସଡିଆରଏଫ୍‌, ଏନଡିଆରଏଫ୍ ଓ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗି ଥିବା ବେଳେ ଏଯାବତ୍ ଅନେକ ଲୋକଙ୍କୁ ଉଦ୍ଧାର କରିଛି । ଏହା ଛଡା ମୋଟ୍ ୬୨୧ଟି ରିଲିଫ୍ କ୍ୟାମ୍ପ ତିଆରି କରା ଯାଇଛି ।

Leave a Reply

Your email address will not be published.