ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ

ବଲାଙ୍ଗୀର, (ଓଡିଶା ଟାଇମ୍) :ଲାଇଫ୍‌ ଲାଇନ୍‌କୁ ନେଇ ନୂତନ ବ୍ଲୁପ୍ରୀଣ୍ଟ ଆରମ୍ଭ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ।  ପଶ୍ଚିମ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଗ୍ରହଣ କରିବା ପରେ ଅସିତ୍‌ ତ୍ରିପାଠୀ ଆକ୍ସନ ମୋଡ୍‌କୁ ଆସିଛନ୍ତି। ପ୍ରଥମଥର ଲାଗି ବଲାଙ୍ଗୀର ଗସ୍ତ କରି ଜିଲ୍ଲାବାସୀଙ୍କୁ ନୂଆ ଉପହାର ଦେଇଛନ୍ତି। ବଲାଙ୍ଗୀର ଲାଇଫ୍‌ ଲାଇନ୍ ଲୋୟରସୁକତେଲ ପ୍ରକଳ୍ପ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ତେବେ ଆଗାମୀ ଦିନରେ ଲୋଞ୍ଜରସୁକତେଲକୁ ନେଇ ଏକ ନୂତନ ଯୋଜନାର ଆଶା ମଧ୍ୟ ଦେଖା ଦେଇଛି।

ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଲୋୟରସୁକତେଲ କାମ ବନ୍ଦ ରହିଥିଲା। ଏହାକୁ ଅଗ୍ରାଧିକାର ଦେବା ସହ ନୂତନ ଯୋଜନା ତିଆରି କରିବା ଲାଗି ଅସିତ୍‌ ତ୍ରିପାଠୀ କହିଛନ୍ତି। ଖୁବ୍ ଶୀଘ୍ର କାମ ଶେଷ ହେବ ବୋଲି ଲୋକମାନେ ଆଶା ମଧ୍ୟ କରିଛନ୍ତି। ନୂତନ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଯୋଗଦାନ ପରେ ବିସ୍ଥାପିତଙ୍କ ସହ ଆଲୋଚନା କରି ରାସ୍ତା କାମ ଆରମ୍ଭ ହୋଇଛି। ସେପଟେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ନୂତନ ପ୍ୟାକେଜ୍ ପାଇଁ ଅସିତ୍‌ ତ୍ରିପାଠୀ ତାଲିକା ପ୍ରସ୍ତୁତ କରିଛନ୍ତି।

Leave a Reply

Your email address will not be published.