ଦ୍ୱିତୀୟଥର ପାଇଁ ମା’ ହେବେ ଅର୍ପିତା ଖାନ୍

0
60
advertisement

ଖୁସି ଖବର । ଦବଙ୍ଗ ଭାଇଜାନଙ୍କ ଗେହ୍ଲି ଭଉଣୀ ଅର୍ପିତା ଖାନ୍ ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ନିକଟରେ ଆୟୋଜିତ ଏକ ସିନେ ଉତ୍ସବରେ ଅର୍ପିତାଙ୍କ ଲାଇଫ୍ ପାର୍ଟନର୍ ଆୟୁଷ୍ ଶର୍ମା ଏହି ସୂଚନା ଦେଇଥିଲେ । ବେବିଙ୍କ ଆଗମନ ପାଇଁ ଏହି ଲଭବାର୍ଡ଼ଙ୍କ ଚେହେରାରେ ଥିବା ଖୁସି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ୨୦୧୬ରେ ଅର୍ପିତା ପ୍ରଥମ ଥର ପାଇଁ ମା’ ହୋଇଥିଲେ । ୨୦୧୪ ନଭେମ୍ବର ୧୮ ତାରିଖରେ ହାଇଦ୍ରାବାଦର ଫଲକନୁମା ପ୍ୟାଲେସରେ ଅର୍ପିତା ଓ ଆୟୁଷଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

କହିରଖୁଛୁ ଆୟୁଷ୍ ହେଉଛନ୍ତି ରାଜନେତା ଅନିଲ୍ ଶର୍ମାଙ୍କ ପୁଅ ଏବଂ ସୁଖରାମ ଶର୍ମାଙ୍କ ନାତି । ସଲମାନଙ୍କ ବ୍ୟାନର ପକ୍ଷରୁ ନିର୍ମିତ ଫିଲ୍ମ ‘ଲଭଯାତ୍ରୀ’ ମାଧ୍ୟମରେ ଆୟୁଷ୍ ବଲିଉଡରେ ଏଣ୍ଟ୍ରୀ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କର ଆଗାମୀ ଫିଲ୍ମ ହେଉଛି ‘କ୍ୱାଥା’, ଯେଉଁଥିରେ ସେ ଜଣେ ଆର୍ମି ଅଫିସର୍ ଭାବେ ପରଦା ଉପରକୁ ଆସିବେ । ଏହି ଫିଲ୍ମକୁ କରଣ ଲଲିତ୍ ବୁଟାନି ନିର୍ଦ୍ଦେଶନା ଦେବେ ।