ଆପଲ୍‍ ଆଇଫୋନ ଏକ୍ସ ଏସ୍ (iphone XS) ଏବଂ ଆଇଫୋନ ଏକ୍ସ ଏସ୍ ମ୍ୟାକ୍ସ (iphone XS Max) ର ଫିଚର୍ସ

0
209

ଏଇ ମାସରେ ଆପ୍‍ଲର ୩ଟି ନୂଆ ଫୋନ ବଜାର ପ୍ରବେଶ ହୋଇଛି । ସେଗୁଡ଼ିକ ହେଲା: ଆଇଫୋନ ଏକ୍ସ ଏସ୍ ଏବଂ ଆଇଫୋନ ଏକ୍ସ ଏସ୍ ମ୍ୟାକ୍ସ ଏବଂ ଆଇଫୋନ ଏକ୍ସ ଆର । ବୁଧବାର ବିଳମ୍ବିତ ରାତିରେ ଏଥିପାଇଁ ଏକ ପ୍ରଡକ୍ଟ ଉନ୍ମୋଚନ ଇଭେଣ୍ଟ ଆୟୋଜନ କରାଯାଇଥିଲା ।
ଆଇଫୋନ ଏକ୍ସ ଏସ୍ ପୁର୍ବ ବର୍ଷ ବଜାରକୁ ଆସିଥିବା ଆଇଫୋନ ଏକ୍ସର ଅପଡେଟ ଭର୍ଜନ ଫୋନ ଅଟେ । ନୁଆକରି ଲଞ୍ଚ କରାଯାଇଥିବା ଫୋନର ମୁଖ୍ୟ ଫିଚର୍ସ ମଧ୍ୟରେ ରହିଛି ଏଥିରେ ଥିବା ଡୁଆଲ ସିମ କାର୍ଡ ପଡିବାର ସୁବିଧା ଯାହାକି ବହୁତ ଦିନରୁ ଅପେକ୍ଷା କରାଯାଇଥିଲା । ଦ୍ୱିତୀୟ ସିମର ବ୍ୟବହାର ଇ-ସିମ୍ ଭାବରେ କରାଯାଇପାରିବ ଏବଂ ଏହି ଫୋନରେ ଡୁଆଲ ଷ୍ଟାଣ୍ଡବାଏ ଫିଚର୍ସ ମଧ୍ୟ ଉପଲବ୍ଧ ରହିଛି ।

ଫିଚର୍ସ

ଆଇଫୋନ ଏକ୍ସ ଏସ୍ ଫୋନରେ ୫.୮ ଇଞ୍ଚର ସୁପର ରେଟିନା ଓଲେଡ ଡିସ୍ପେଲେ ମିଳିବା ସହିତ ମିଳିବ ଆପେଲର ଲାଟେଷ୍ଟ ଅପରେଟିଂ ସିଷ୍ଟମ । ଆଇଫୋନ ଏକ୍ସ ଏସ୍ ଏବଂ ଆଇଫୋନ ଏକ୍ସ ଏସ୍ ମ୍ୟକ୍ସ ଦୁଇଟିଯାକ ଫୋନର ଟୋଟାଲ ବଡି ଷ୍ଟେନଲେସ୍ ଷ୍ଟିଲ ରେ ପ୍ରସ୍ତୁତ କରାଯାଇଛି। ଏବଂ କ୍ୟାମେରା ଉପରେ ଗ୍ଲାସର କେସିଙ୍ଗ୍ ମଧ୍ୟ ଦିଆଯାଇଛି ଯାହାକି କ୍ୟାମେରକୁ ସ୍କ୍ରାଚ ହେବାରୁ ରକ୍ଷା କରିବା ସହିତ କୌଣସି ଦୁର୍ଘଟଣାରୁ ବି ରକ୍ଷାକରିଥାଏ । ଦୁଇଟିଯାକ ଫୋନ ଲାଟେଷ୍ଟ ଏ୧୨ ବାୟୋନିକ ପ୍ରୋସେସର ଦ୍ୱାରା କାର୍ଯ୍ୟକରିଥାଏ ଯାହାର ସିପିୟୁ ୬ କୋର ହୋଇଥିବାବେଳେ ଜିପିୟୁ ୪ କୋର ଅଟେ । ଜାହାକି ଫୋନର ସ୍ପିଡକୁ ବଢାଇବା ସହିତ ସ୍ମୁଥ ଅପରେସନ ମଧ୍ୟ କରାଇଥାଏ । ଏହି ଫୋନ ୬୪ ଜିବି, ୨୫୬ ଜିବି ଏବଂ ୫୧୨ ଜିବି ଇଣ୍ଟରନାଲ ମେମୋରୀ ସହିତ ବଜାରରେ ଉପଲବ୍ଧ ହେବ । ଫୋନର କ୍ୟାମେରରେ ମଧ୍ୟ ଅପଡେଟ କରାଯାଇଛି । ଫୋନର ବ୍ୟାକ କ୍ୟାମେରାକୁ ଡୁଆଲ କ୍ୟାମେରା କରାଯାଇଛି ଏବଂ ଫ୍ରଣ୍ଟ କ୍ୟାମେରକୁ ମଧ୍ୟ ୭ ମେଗାପିକ୍ସେଲ କରାଯାଇଛି । ଆହୁରି ମଧ୍ୟ ଏହି ଫୋନର ବ୍ୟାକ ଡୁଆଲ କ୍ୟାମେରା ମଧ୍ୟରୁ ଗୋଟିଏ ୧୨ ମେଗାପିକ୍ସେଲ କ୍ୟାମେରା ୱାଇଡ ଆଙ୍ଗେଲ ଫିଚର୍ସ ଦ୍ୱାରା ରହିଛି ଯାହାକି ୱାଇଡ ଫୋଟୋ ପାଇଁ ଉପଲବ୍ଧ ।

ଦାମ୍
ଫୋନର ଫିଚର୍ସ କୁ ଆଖିଆଗରେ ରଖି ଫୋନର ଦାମକୁ ନିର୍ଧାରିତ କରାଯାଇଛି । ଖାସକରି ଆଇଫୋନର ଷ୍ଟୋରେଜ କାପାସିଟିକୁ ନେଇ ଫୋନର ପ୍ରାଇସ ଫିକ୍ସ ହୋଇଥାଏ । ଆଇଫୋନ ଏକ୍ସ ର ୬୪ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ଦାମ ୯୯୯ ଡଲାର ଅର୍ଥାତ ୭୧,୮୦୦/- ଟଙ୍କା, ୨୫୬ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ଦାମ ୧୧୪୯ ଡଲାର ଅର୍ଥାତ ୮୨,୬୦୦/- ଟଙ୍କା ଏବଂ ୫୧୨ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ଦାମକୁ ପାଖାପାଖି ୧୩୪୯ ଡଲାର ରଖରଯାଇଛି ଯାହାକି ୯୭,୦୦୦/- ଟଙ୍କା ହେବ । ଠିକ ସେହିପରି ଆଇଫୋନ ଏକ୍ସ ଏସ୍ ମ୍ୟାକ୍ସର ୬୪ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ଦାମ ୧୦୯୯ ଡଲାର ଅର୍ଥାତ ୭୯,୦୦୦/- ଟଙ୍କା, ୨୫୬ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ମୁଲ୍ୟ ୧୨୪୯ ଡଲାର ଯାହାକି ୮୯,୮୦୦/- ଥିବାବେଳେ ୫୧୨ ଜିବି ଇଣ୍ଟରନାଲ ମେମୋରୀ ଥିବା ଫୋନର ଦାମ୍ ୧୪୪୯ ଡଲାର ରହିଛି ଯାହାକି ଭାରତୀୟ ମୁଦ୍ରାରେ ୧,୦୪,୨୦୦/- ଟଙ୍କା ।

ଫୋନର ଉପଲବ୍ଧ 
ଏହି ଫୋନଗୁଡିକର ପ୍ରି-ଅର୍ଡର ବୁକିଙ୍ଗ୍ ୧୪ ସେପ୍ଟେମ୍ବର ଠାରୁ ଆରମ୍ଭ ହେବ । ସୁଚନା ଅନୁସାରେ ଏହି ଫୋନଗୁଡିକ ସେପ୍ଟେମ୍ବର ୨୧ ତାରିଖରେ ସାଧାରଣ ଲୋକମାନଙ୍କର ବ୍ୟବହାରପାଇଁ ଉପଲବ୍ଧ କରାଯିବ । ଭାରତରେ ଏହି ଫୋନ ୨୮ ସେପ୍ଟେମ୍ବର ଠାରୁ ବିକ୍ରି ହେବା ଆରମ୍ଭ ହେବ । ଏହି ଫୋନ ୩ ଟି କଲରରେ ମିଳିବ ଯଥା ସ୍ପେସ ଗ୍ରେ, ସିଲଭର ଏବଂ ଗୋଲ୍ଡ । ବହୁ ଦିନରୁ ଅପେକ୍ଷାଥିବା ଆଇଫୋନର ଡୁଆଲ ସିମ୍ ଥିବା ଫୋନ ଏବେ ବଜାରକୁ ଆସିବାପରେ ଅପେକ୍ଷା ରହିଛି ଏହି ଫୋନ ବ୍ୟବହାରକରୀ ମାନଙ୍କର କେତେ ପସନ୍ଦ ହେବ ।

Loading...