ମୋଦିଙ୍କ ଆଦର୍ଶ ଓ ନିର୍ଦ୍ଦେଶରେ କାମ କରାଯିବ : ଅପରାଜିତା

ଏଥର ଭୁବନେଶ୍ୱର ଲୋକସଭା ଆସନରେ ବିଜୟ ଲାଭ ପରେ ଅପରାଜିତା ଷଡଙ୍ଗୀ କହିଛନ୍ତି, ମୁଁ ଜିତ୍ପାଇଁ ଆଦରଣୀୟ ମୋଦିଙ୍କ ଲହରକୁ, ମୋ ସାଂସଦୀୟ କ୍ଷେତ୍ରର ଲୋକମାନଙ୍କୁ ଧନ୍ୟବାଦ ଦେବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଛୁ। ଆଗାମୀ ଦିନରେ ତାଙ୍କର ଯେଉଁ ଇଚ୍ଛା ଓ ନିର୍ଦ୍ଦେଶରେ କାମ କରାଯିବ। ଅପରାଜିତା କହିଛନ୍ତି, ମୁଁ ଯେତେବେ ଭାରତ ପ୍ରଶାସନିକ ସେବାରେ ଥିଲି ,ସେତେବେଳେ ଅନୁଶାସିତ ସଭ୍ୟ ଭାବେ ନିଷ୍ଠା ସହ କାମ କରିଛି। ସାଂସଦ ହିସାବରେ ମଧ୍ୟ ବହୁତ ନିଷ୍ଠାର ସହ କାମ କରିବି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ଅଗ୍ରଣୀ ନେତାମାନଙ୍କର ଯେଉଁ ଆଦେଶ ହେବ, ତାହା ମୋ ପାଇଁ ଧାର୍ଯ୍ୟ।

୨୦୧୯ର ନିର୍ବାଚନ ଫଳଫଳ ଆସିଯାଇଛି। ଏଥର ଭୁବନେଶ୍ୱର ଲୋକସଭା ଆସନରେ ହୋଇଥିଲା ରୋଚକପୂର୍ଣ୍ଣ ଲଢେଇ। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍ଓ ଆଇପିଏସ୍ ଅଧିକାରୀ। ହେଲେ ଏହି ଲଢ଼େଇରେ ବିଜେପିରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଆଇଏଏସ୍ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍ରେ ହରାଇଛନ୍ତି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଆଗାମୀ ୫ବର୍ଷ ଭିତରେ ଦେଶର ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ଚାହିଁବି। ବିକାଶର କୌଣସି ଦଳ ଓ ଭାଷା ନଥାଏ । ବିକାଶମାନେ ବିକାଶ। ସବୁ ରାଜନୈତିକ ଦଳର ସାହାଯ୍ୟ ନେଇ କାମ କରିବି। ୧୦୦ ପ୍ରତିଶତ ଦେବି। ଏହା ସହ ସେ କହିଛନ୍ତି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବହୁତ କାମ କରିବାର ଅଛି। ଏଠାରେ ୪ଟି ରୁରାଲ ଏରିଆ ଅଛି ଓ ୩ଟି ଅର୍ବାନ ଏରିଆ ଅଛି। ଉଭୟ ଜାଗାରେ ସମସ୍ୟା ମଧ୍ୟ ଅଲଗା ରହିଛି। ଏହି ୫ମାସ ଭିତରେ ୭୫ ଭାଗ ସ୍ଥାନ ବୁଲି ସାରିଛି। ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଯାଇଛି। ଆଜିଠାରୁ ସେ ଦିଗରେ କାମ ଆରମ୍ଭ କରିବୁ। ବିଶେଷକରି ଡ୍ରେନେଜ ଉପରେ ଧ୍ୟାନ ଦେବୁ, ବୋଲି କହିଛନ୍ତି ଅପରାଜିତା।

ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ବିଷୟରେ ସଂସଦରେ କେମିତି ଆଲୋଚନା କରାଯିବ, ସେ ଦିଗରେ ମୁଁ ଧ୍ୟାନ ଦେବି। ଓଡ଼ିଶା ପାଇଁ ଯାହା ସମ୍ଭବ ତାହା କରିବି। ମହିଳାମାନଙ୍କୁ ସୁରକ୍ଷା ଦେବା ଦିଗରେ କାମ କରିବାକୁ ଚାହିଁବି ବୋଲି କହିଛନ୍ତି ଏହି ନବନିର୍ବାଚିତ ସାଂସଦ।

ଭୁବନେଶ୍ୱର ସହର ଯଦି ସମସ୍ତଙ୍କ ପାଇଁ ସ୍ମାର୍ଟ ସିଟି । କେହି ଏଠି ଯେପରି ବେସାହାରା ରହିବେ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମକୁ ପ୍ରତ୍ୟେକ ବର୍ଗର ଲୋକଙ୍କ ସହ କାମ କରିବାକୁ ପଡ଼ିବ। ଭାରତ ଜନାତା ପାର୍ଟି ବହୁତ ସୁନ୍ଦର ପରିବାର। ଏଠାରେ ଯେଉଁ ନେତା ଓ କର୍ମୀ ଅଛନ୍ତି, ସେମାନଙ୍କ ସହ ମିଶି କାମ କରିବାକୁ ଭଲ ଲାଗୁଛି। ଯାହା ମୋ ଜୀବନରେ ଏବେ ଯାଏ ହୋଇଛି, ଯାହା ଆଗାମୀ ଦିନରେ ହେବ, ତାହାର ଶ୍ରେୟ ମୋ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଦେଉଛି। ଏହା ସହ ମୋ ପିଲାମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଅପରାଜିତା କହିଛନ୍ତି।

Leave a Reply

Your email address will not be published.