ଅପରାଜିତାଙ୍କ ରଣନୀତିର ଖିଅ ଖୋଜୁଛନ୍ତି ନେତା

0
31

ଭୁବନେଶ୍ୱର,(ଓଟି): ପ୍ରଶାସିକାରୁ ରାଜନେତା ହୋଇଥିବା ଅପରାଜିତା ଇତି ମଧ୍ୟରେ ବିଜେପିରେ ଯୋଗଦେବାର ଦୁଇ ସପ୍ତାହ ପୂରିଥିଲେ ବି ଅନ୍ୟ ଦଳ ତ ଦୂରରକଥା ଖୋଦ‍୍‌ ବିଜେପି ନେତାମାନେ ତାଙ୍କ ରଣନୀତର ଆଦି ଅନ୍ତ ପାଉନାହାନ୍ତି। ଅପରାଜିତାଙ୍କ ଗୋଟିଏ ଗୋଟିଏ ବାକ୍ୟ ବାଣରେ ରାଜ୍ୟ ସରକାର ଘାଇଲା ହେଉଥିବାବେଳେ ସରକାରୀଦଳ ବି ତାଙ୍କର ଉଦ୍ଦେଶ୍ୟକୁ ଠଉରାଇ ପାରୁନଥିବା ଲକ୍ଷ୍ୟ କରାଯାଉଛି।

ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଅପରାଜିତା ସିଧା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସ ଭବନରେ ଦଳରେ ଯୋଗ ଦେଇଥିଲେ। ଏହାର ଦିନକ ପରେ ଫେରିଥିଲେ ଓଡିଶା। ଯଦିଓ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା କିନ୍ତୁ ରାଜ୍ୟ ବିଜେପିର କୌଣସି ମଡ ନେତ୍ରୀ ସେଠାରେ ଦେଖିବାକୁ ମିଳିନଥିଲେ। ଏହାପରେ ଅପରାଜିତାଙ୍କୁ ତାଙ୍କ ବାସଭବନରେ ଭେଟିବା ଲାଗି ଧାଡି ଲାଗିଥିଲା। ଜଣକ ପରେ ଜଣେ ବରିଷ୍ଠ ନେତା ତାଙ୍କୁ ଭେଟିଥିଲେ।

ଇତି ମଧ୍ୟରେ ଅପରାଜିତା ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଇ ସାରିଲେଣି। ସାକ୍ଷାତକାର ସମୟରେ ଯଦିଓ ଚ୍ୟାନେଲ ପକ୍ଷରୁ ଅତ୍ୟନ୍ତ ଶାଣିତ ପ୍ରଶ୍ନ କରାଯାଉଛି ତଥାପି ଅପରାଜିତା ଅତି ଶାନ୍ତ ମୁଦ୍ରାରେ ମାପି ଚୁପି ଉତ୍ତର ରଖୁଛନ୍ତି। ଅପରାଜିତା କୌଣସି ରାଜନେତା କିମ୍ୱା ଅଫିସରଙ୍କ ସମ୍ପର୍କରେ ପଚରାଯାଇଥିବା ବ୍ୟକ୍ତିଗତ ପ୍ରଶ୍ନକୁ ସିଧାସଳଖ ଏଡାଇ ଯାଉଛନ୍ତି। ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ କରୁନାହାନ୍ତି। ଅଥଚ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କଡା ସମାଲୋଚନା କରୁଛନ୍ତି। ତଥ୍ୟ ଭିତ୍ତିକ ସମାଲୋଚନା ସିଏ ଏଭଳି ଭାବେ କରୁଛନ୍ତି ଯେ ତାହାକୁ ଏ ପର୍ଯ୍ୟନ୍ତ ଶାସକଦଳର କୌଣସି ନେତା ସମାଲୋଚନା କରିପାରୁ ନାହାନ୍ତି।

ସବୁଠାରୁ ବଡ କଥା ହେଲା ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ କୌଣସି ଆକ୍ରମଣ କରୁନାହାନ୍ତି। ନବୀନ ପଟ୍ଟନାୟକଙ୍କ ଅଧିନରେ କାର୍ଯ୍ୟ କରିଥିବାରୁ ମାନ୍ୟବର କହି ତାଙ୍କୁ ପ୍ରଶଂସା କରୁଛନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟଦ୍ୱାରା ସେ ପ୍ରଭାବିତ ହୋଇନଥିବା କହି ରାଜନୈତିକ ସମାଲୋଚନା କରୁଛନ୍ତି।

ସବୁଠାରୁ ବଡ କଥା ଟି ହେଲା ଅପରାଜିତା ଆସିବାପରେ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ସରଗରମ ଲାଗି ରହିଥିବାବେଳେ ନିଜକୁ ଜଣେ ଶୃଙ୍ଖଳିତ କର୍ମୀଟିଏ କହି ସମସ୍ତ କଥାକୁ ସେ ଏଡାଇ ଯାଉଛନ୍ତି। ହେଲେ ରାଜ୍ୟ ବିଜେପିର ଟିକିନିଖି ଖବର ନେଇ ସେ ଅମିତ୍ ଶାହା ଓ ମୋଦିଙ୍କ ସହିତ ଆଲୋଚନାର କରୁଥିବାର ଚର୍ଚ୍ଚା ତାଙ୍କର କ୍ଷମତା କେତେ ଅଧିକ ତାହାକୁ ପ୍ରତିପାଦନ କରୁଛି। ତେଣୁ ମୋଟାମୋଟି ଭାବେ ୧୧ବର୍ଷର ଆଇଏଏସ‍୍‌ ଚାକିରିକୁ ତୁଚ୍ଛ କରି ଅପରାଜିତା ରାଜନୀତିରେ ପାଦଥାପି ଯେଭଳି ଅଭିଜ୍ଞ ରାଜନେତା ଭଳି ଆଚରଣ କରୁଛନ୍ତି ସେଥିଯୋଗୁଁ ତାଙ୍କର ଭବିଷ୍ୟତର ଏଜେଣ୍ଡା ସଂକ୍ରାନ୍ତରେ କେହି କିଛି ଟେର ପାଇପାରୁ ନାହାନ୍ତି। ଏଭଳି ଆଚରଣ ଓଡିଶା ରାଜନୀତିରେ ତାଙ୍କୁ ଆଗକୁ ବଢିବାକୁ ଦେଉଛି ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ବୈଜୟନ୍ତ ଖୋଲିବେ ବିଜୟଙ୍କ ଭବିଷ୍ୟତ ବାଟ

ବୈଜୟନ୍ତ ଖୋଲିବେ ବିଜୟଙ୍କ ଭବିଷ୍ୟତ ବାଟ

ଶ୍ରୀକାନ୍ତ ରାଜନୈତିକ ଭବିଷ୍ୟତ ରାହୁଲଙ୍କ ହାତରେ

ଶ୍ରୀକାନ୍ତ ରାଜନୈତିକ ଭବିଷ୍ୟତ ରାହୁଲଙ୍କ ହାତରେ

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦାମଙ୍କ ତାତ୍ସଲ୍ୟ

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦାମଙ୍କ ତାତ୍ସଲ୍ୟ