ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ସୂଚନା ମିଳିଛି। ଅର୍ଥାତ୍‌ ସକାଳ ୭ଟା ସୁଦ୍ଧା ମାହାବାତ୍ୟା ଅମ୍ପନ ପାରାଦୀପର ୧୫୦ କିଲୋମିଟର ଦୂରରେ ରହିଥାଇପାରେ। ଏହି ନିକଟତର ହେବା ଦ୍ଵାରା  ରାଜ୍ୟରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି। ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସହ ଝଡ଼ ଅନୁଭୂତ ହେଉଛି। ପବନର ବେଗ ଭୁବନେଶ୍ଵରରେ  ଘଣ୍ଟା ପ୍ରତି ୬୫ରୁ ୭୦ କିଲୋମିଟର ରହିଥିବା ଲକ୍ଷ୍ୟ କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା କାର୍ଯ୍ୟ ଜାରି ରହିଛି। ରାତି ଗୋଟାଏ ସୁଦ୍ଧା ୧ ଲକ୍ଷ ୧୬ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଏ ବାବଦରେ ବୁଝାଇବା କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

 

ପାଣିପାଗ ବିଭାଗ ସୂଚନା ଅନୁସାରେ ‘ଅମ୍ପନ୍‌’ ମହାବାତ୍ୟା ଉତ୍ତର ପଶ୍ଚିମ ବଙ୍ଗୋବପ ସାଗରରେ ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହା ହେବ। ଆଜି ସନ୍ଧ୍ୟା ସୁଦ୍ଧା ଅମ୍ପନ ସ୍ଥଳ ଭାବଗ ଛୁଇଁବା ବା ବାତ୍ୟାର ଲ୍ୟାଣ୍ଡଫଲ୍‌ ହେବ। ଏହି ସମୟରେ ପବନର ବେଗ ଯଥେଷ୍ଟ ରହିବା ଆଶଙ୍କା କରାଯାଇଛି। ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ହୋଇପାରେ। ସ୍ଥଳ ବିଶେଷରେ ଏହା ୧୮୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ କହିଛି।

ଏହି ମହାବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେମିତି ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଏବଂ କେନ୍ଦ୍ରାପଡ଼ର, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବା ଆଶଙ୍କା ରହିଛି। ଅର୍ଥାତ୍‌ ଏଠାରେ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ।

ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ସର୍ବାଧିକ ୯୦ କିଲୋମିଟର ଛୁଇବେ ଆଶଙ୍କା ରହିଛି। ଓଡ଼ିଶାର ଅନ୍ର ଉପକୂଳ ଜିଲ୍ଲାରେ ଏହା ୭୦ କିଲୋମିଟର ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।  ଡପ୍‌ଲର ରାଡାର ଦ୍ଵାରା ବାତ୍ୟାର ପ୍ରତିଟି ଗତିବିଧିକୁ ରେକର୍ଡ଼ କରାଯିବା ଜାରି ରହିଛି।

ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ସନ୍ଧ୍ୟାରେ ପବନର ବେଗ ୧୧୦ରୁ ୧୨୫ କିଲୋମିଟରରୁ ଅଧିକ ହୋଇପାରେ ବୋଲି ବିଭାଗ ସତର୍କ କରାଇଛି।

 

 

Leave a Reply

Your email address will not be published.