୨୪ ଘଣ୍ଟା ଭିତରେ ୫୦୦ କୋଟି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ୨୪ ଘଣ୍ଟା ପୁରିନି କିନ୍ତୁ ୫୦୦ କୋଟି ଟଙ୍କାର ସହାୟତା ଓଡ଼ିଶା ସରକାରଙ୍କ ତହବିଲରେ ଆସି ପହଞ୍ଚିଛି। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ଥଇଥାନ ଓ କ୍ଷୟକ୍ଷତି ଭରଣା ଲାଗି ଏହି ଅର୍ଥ ଉପଯୋଗ କରାଯିବ।

ଶ୍ରୀ ଜେନା ଟ୍ବିଟ୍‌ ଯୋଗେ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ବାତ୍ୟା ଅମ୍ପନ୍‌ ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଭରଣା କରିବା ଲାଗି  ପ୍ରଧାନମନ୍ତ୍ରୀ ଏହି ସହା୍ରତା ପାଇଁ ଘୋଷଣା କରିବାର ୨୪ ଘଣ୍ଟା ନପୁରୁଣୁ ଏହି ସହାୟତା ରାଶି ପହଞ୍ଚିଛି। ଏହି ଦ୍ରୁତ ସହାୟତା ପାଇଁ ଆମେ ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ।

ଗତକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ପଶ୍ଚିମ ବଙ୍ଗ ପରେ ଓଡ଼ିଶାର ବିଭିନ୍ନ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଦୁଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ର ଅଧିକାରୀମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ। ତତ୍‌କ୍ଷଣାତ୍‌ ସହଯୋଗ ପାଇଁ ୫୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଓଡ଼ିଶା ପାଇଁ ଘୋଷଣା କରିଥିଲେ।

ଏହି ଷଘଶଷଣାକୁ ନେଇ ରାଜ୍ୟର ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲ। ଫୋନି ବାତ୍ୟା ମୁକାବିଲାପ ପାଇଁ ଘୋଷଣା କରାଯାଇଥିବା ସହାୟତା ଏଯାଏ ମିଳି ନଥିବାରୁ ଏହି ସହାୟତା କେବେ ମିଳିବ ସେ ନେଇ ପ୍ରଶ୍ନ ଉଠାଯାଇଥିଲା।

Leave a Reply

Your email address will not be published.