ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନାରୁ ସୁସ୍ଥ ହେଲେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ । ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ବିଗ୍ ବି । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଭିଷେକ ବଚ୍ଚନ । ଏହା ସହ ନିଜେ ଖୁବଶୀଘ୍ର କରୋନା ମୁକ୍ତ ହେବା ନେଇ ଅଭିଷେକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଜୁଲାଇ ୧୧ତାରିଖରେ ଅମିତାଭ ବଚ୍ଚନ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ । ଏହାପର ଠାରୁ ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଏବଂ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କ ପରିବାରର ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ପ୍ରଥମେ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କ ବୋହୂ ଓ ନାତୁଣୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ସମସ୍ତଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପୁଅ ଅଭିଷେକ ଓ ବାପା ଅମିତାଭଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଦୀର୍ଘ ଦିନ ଚିକିତ୍ସା ଜାରି ରହିବା ପରେ ବୋହୂ ଓ ନାତୁଣୀଙ୍କୁ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଉଭୟ କରୋନାରୁ ସୁସ୍ଥ ହୋଇଥିଲା । ଆଉ ଏବେ ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି , ଏବଂ ତାଙ୍କୁ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ପୁଅ ଅଭିଷେକ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.