ଦାଦା ସାହେବ୍ ଫାଲକେ ଆୱାର୍ଡ଼ ବିଜେତା ବିଗ୍ ବିଙ୍କୁ ଅମୁଲ୍ ପକ୍ଷରୁ ନିଆରା ଭେଟି

ଦୁଇ ଦଶନ୍ଧିର ମହାନାୟକ ବିଗ୍ ବିଙ୍କୁ ଭାରତୀୟ ସିନେ ଦୁନିଆର ସବୁଠାରୁ ସମ୍ମାନଜନକ ଦାଦା ସାହେବ୍ ଫାଲକେ ଆୱାର୍ଡ଼ରେ ସମ୍ମାନିତ କରାଯିବ । ଏହି ଖବର ବିଗ୍ ବିଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ବେଶ୍ ଖୁସି ନେଇଆସିଛି । ସମସ୍ତେ ନିଜ ନିଜ ଅନ୍ଦାଜରେ ବିଗ୍ ବିଙ୍କୁ ଶୁଭକାମନା ଜଣାଇଛନ୍ତି । ଏ କ୍ଷେତ୍ରରେ ଅମୁଲ୍ କମ୍ପାନୀ ମଧ୍ୟ ଗୋଟିଏ ଭିନ୍ନ ଓ ନିଆରା ଅନ୍ଦାଜରେ ବିଗ୍ ବିଙ୍କୁ ଶୁଭକାମନା ଜଣାଇଛି । ଡେରି କର୍ପୋରେଟ୍ ପକ୍ଷରୁ ବିଗ୍ ବିଙ୍କୁ ନେଇ ଏକ ଟପିକଲ୍ ଟ୍ୱିଟର୍ ମାଧ୍ୟମରେ ସେୟାର୍ କରାଯାଇଛି ।

ସେଥିରେ ଦେଖିବାକୁ ମିଳୁଛି ଯେ – ବିଗ୍ ବି ‘କୌନ୍ ବନେଗା କରୋଡ଼ପତି’ ଶୋ’ର ହଟ୍ ସିଟରେ ବସିଛନ୍ତି । ଡାର୍କ ବ୍ଲୁ ରଙ୍ଗର ସୁଟ୍ ସହିତ ବିଗ୍ ବିଙ୍କର ଫ୍ରେଞ୍ଚ୍ କଟ୍ ଦାଢ଼ି ରହିଛି । ତାଙ୍କ ଆଗରେ ଅମୁଲ୍ ଗର୍ଲ ନିଜ କମ୍ପାନୀର ବଟର୍ ଅଫର୍ କରୁଛି । ଟପିକଲର ଉପରେ ଲେଖାଅଛି ‘ଏକ୍ ଔର୍ ବିଜୟ’ ଏବଂ ବ୍ୟାକଗ୍ରାଉଣ୍ଡରେ ଦେଖିବାକୁ ମିଳୁଛି ‘ଦାଦା ସାହେବ୍ ଫାଲକେ’ ଟ୍ରଫିର ଚିତ୍ର । ଟପିକଲର ତଳେ ଲେଖାଅଛି ‘ଅମୁଲ୍, ହମ୍ ଭି ଏ.ବି.’ । ବିଗ୍ ବିଙ୍କ ନାଁ ସହିତ ଉପରେ ଲେଖାଥିବା ପଞ୍ଚ୍ ଲାଇନକୁ ଯୋଡ଼ିଲେ ଆପଣ ଜାଣିପାରିବେ ଯେ ବିଗ୍ ବି ତାଙ୍କର ୨୨ଟି ଫିଲ୍ମରେ ବିଜୟ ନାମକ ଭୂମିକାରେ ଅଭିନୟ କରିଛନ୍ତି । ଅପକମିଙ୍ଗ୍ ଫିଲ୍ମ ‘ଝୁଣ୍ଡ୍’ରେ ମଧ୍ୟ ବିଗ୍ ବିଙ୍କ ନାମ ବିଜୟ ରହିଛି ।

Advertisements

Leave a Reply