ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ଘରେ ତାଙ୍କୁ ପୃଥକବାସରେ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବାରୁ ଏବଂ ତାଙ୍କ ପରିବାର ଲୋକଙ୍କ ସାହସ ବଢାଇଥିବାରୁ ସେ ଦେଶବାସୀଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ।

୨ ଅଗଷ୍ଟରେ ଅମିତ ଶାହ ଟ୍ୱିଟ୍ କରି ସେ କରୋନା ପଜିଟିଭ୍ ଥିବା କଥା କହିଥିଲେ । ସେହି ସମୟରେ ସେ କହିଥିଲେ କି ତାଙ୍କୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେଉନି କିନ୍ତୁ ଯାଞ୍ଚ ରିପୋର୍ଟରେ ପଜିଟିଭ୍ ଆସିବା କାରଣରୁ କିଛି ଦିନ ହସ୍ପିଟାଲରେ ରହିବାକୁ ପଡିବ । ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Leave a Reply

Your email address will not be published.