ବେବିବମ୍ପ ସହିତ ଫିଟନେସ୍ ପୋଜ୍ ଦେଲେ ଏମି

0
31
advertisement

ଅକ୍ଷୟ କୁମାର ଓ ରଜନୀକାନ୍ତ ଷ୍ଟାରର୍ ଫଲ୍ମ ‘୨.୦’ ପରେ ବଲିଉଡ୍ ଅଭିନେତ୍ରୀ ଏମି ଜାକସନ୍ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି । କିନ୍ତୁ ସୋସିଆଲ୍ ମିଡିଆରେ ସେ ସକ୍ରିୟ । ବେବିବମ୍ପର ଅନେକ ଫଟୋ ସେୟାର୍ କରି ସେ ତାଙ୍କର ପ୍ରଶଂସକଙ୍କ ସହିତ ସମ୍ପର୍କରେ ଅଛନ୍ତି । ଏବେ ଏହି ଧାରାରେ ଏମିଙ୍କ ଆଉ କିଛି ନୂଆ ଫଟୋ ସେୟାର୍ ହୋଇଛି, ଯେଉଁଥିରେ ଏମି ବେବିବମ୍ପ ସହିତ ଫିଟନେସକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେହିସବୁ ଫଟୋରେ ଏମି କଳାରଙ୍ଗର ଆଉଟଫିଟ୍ ସହିତ ମ୍ୟାଚିଙ୍ଗ୍ କରି କଳା ରଙ୍ଗର ଟୋପି ଲଗାଇଥିବାର ଦେଖିବାକୁ ମିଳିଛି । ଏମିଙ୍କ ଏହି ଲୁକ୍ ବେଶ୍ ଫ୍ୟାଶନେବୁଲ୍ ହୋଇଥିବାରୁ ପ୍ରଶଂସକ ଏମିଙ୍କ ପ୍ରଶଂସା କରି କରି ଥକୁନାହାନ୍ତି ।

ସେହି ଫଟୋଗୁଡ଼ିକର ବିଶେଶତ୍ୱ ହେଉଛି ବେବିବମ୍ପ ସହିତ ଏମି ନିଜର ଫିଟନେସ୍ ମଧ୍ୟ ବଜାୟ ରଖିଛନ୍ତି । ଏ ସମ୍ପର୍କରେ ଏମି କହିଛନ୍ତି ଯେ ପ୍ରେଗନେନ୍ସି ସମୟରେ ୱାର୍କଆଉଟ୍ କରିବା ନିହାତି ଜରୁରୀ । ଏହା ପ୍ରସବଜନିତ କଷ୍ଟକୁ କିଛି ପରିମାଣରେ କମ୍ କରିବା ସହିତ ନିଜର ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥାଏ । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖର ଏମି ପ୍ରଥମ ଥର ପାଇଁ ବେବିବମ୍ପର ଖୁସି ଖବରକୁ ସେୟାର୍ କରିଥିଲେ ।

LEAVE A REPLY

Please enter your comment!
Please enter your name here