ଉତ୍ତର ପ୍ରଦେଶର ଆଜମଗଡ଼ରେ ତାଲିମ ବିମାନ ଦୁର୍ଘଟଣାରେ ପାଇଲଟ୍ ମୃତ

ଆଜମଗଡ଼, (ଓଡିଶା ଟାଇମ୍) : ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲା ନିଜାମାବାଦ ଅଞ୍ଚଳରେ ଷୋମବାର ସକାଳୁ ଆମେଠି ଇନ୍ଦିରା ଗାନ୍ଧୀ ଜାତୀୟ ବିମାନ ଏକାଡେମୀ (IGRUA) ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଏୟାରକ୍ରାଫ୍ଟ ପାଇଲଟ କୁନାଲ ସରନଙ୍କ ମୃତ୍ୟୁ ହୋଇଛି ।

ପାଇଲଟ୍‌ମାନଙ୍କୁ ତାଲିମ ଦେବାରେ ବ୍ୟବହୃତ ଏହି ବିମାନଟି ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଆକାଶରୁ ଖସି ବିଲରେ ପଡ଼ିଯାଇଥିଲା। ବିଲରେ ପଡ଼ିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହା ଆମେଠିସ୍ଥିତ କେନ୍ଦ୍ର ସରକାରଙ୍କ ପରିଚାଳିତ ବିମାନ ଉଡ଼ାଣ ତାଲିମ ପ୍ରତିଷ୍ଠାନ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାଣ ଏକାଡେମି’ର ବିମାନ।

ଗାଁ ମୁଖିଆ ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ସୂଚନା ପାଇବା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବିମାନର ଭଗ୍ନାଂଶ ହଟାଯାଇ ପାଇଲଟ୍‌ଙ୍କ ଶବ ବାହାର କରାଯାଇଥିବା କଥା ଆଜମଗଡ଼ ପୁଲିସ କହିଛି।

Leave a Reply

Your email address will not be published.