ସ୍ୱାସ୍ଥ୍ୟପାଇଁ ଉପକାରୀ ମୂଳା

(ଓଡିଶା ଟାଇମ୍) : ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ ମୂଳା । ମୂଳାକୁ ଆମେ ସାଧାରଣତଃ ସାଲାଡ଼, ସାମ୍ବାର, ଆଚାର ,ତରକାରୀରେ ପକାଇ ଖାଇଥାଉ । ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କଣ କଣ ଲାଭ ହୋଇଥାଏ ।

ମୂଳା ଖାଇବା ଦ୍ୱାରା ଶରୀରରେ ସୁଗାର ସ୍ତର ମଧ୍ୟ ଠିକ ରହିଥାଏ । ମୂଳାରେ ହାଇପରଣ୍ଟେସିବ ଗୁଣ ରହିଥାଏ ଯାହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ମୂଳାରେ ପ୍ରଚୁର ପରିମାଣର ପଟାସିୟମ ରହିଥାଏ ଯାହା ଶରୀରରେ ସୋଡ଼ିୟମ ଓ ପଟାସିୟମର ମାତ୍ରାକୁ ସନ୍ତୁଳିତ କରି ରଖିଥାଏ । ଥଣ୍ଡା କାଶ ହେଉଥିବା ବ୍ୟକ୍ତି ନିଜ ଖାଦ୍ୟରେ ମୂଳାକୁ ସାମିଲ କରନ୍ତୁ । ମୂଳା ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ଭାବେ ସଂଚାଳିତ ହୋଇଥାଏ । ମୂଳା କିଡ଼ନୀକୁ ସୁସ୍ଥ ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ ।

Leave a Reply

Your email address will not be published.