ଗାଜର ଶରୀର ପାଇଁ କେତେ ଉପକାରୀ

(ଓଡିଶା ଟାଇମ୍) :ଗାଜର ଏକ ପରିବା ହେଲେ ସୁଦ୍ଧା ଏହାକୁ କଞ୍ଚା ମଧ୍ୟ ଖାଇହୁଏ । ଗାଜରରେ ରହିଥିବା ପୋଷକ ତତ୍ତ୍ୱ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ଗାଜର ଖାଇବା ଦ୍ୱାରା ସାରାଦିନ ସତେଜ ଅନୁଗୂତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଓ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ।

ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍‌ ମାତ୍ରା ବୃଦ୍ଧି ହୋଇଥାଏ। ହାଡ଼ ରୋଗ ଥିଲେ ଗାଜର ଖାଇବା ଦ୍ୱାରା ଭଲ ହୋଇଥାଏ । ଗାଜର ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା ମଧ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ସ୍ତନ କର୍କଟରୁ ମୁକ୍ତି ମିଳିଥାଏ। ଗାଜରରେ ବିଟା କେରାଟିନ୍‌ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ । ଗାଜରରେ ଥିବା ଭିଟାମିନ-ଏ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ରକ୍ତକୁ ସଫା ରଖିବାରେ ଗାଜର ଅତି ଉପକାରୀ ହୋଇଥାଏ । ପ୍ରତିଦିନ ଗାଜର ଖାଇବା ଦ୍ୱାରା ଏହା ପ୍ରାକୃତିକ ଉପାୟରେ ଶରୀରରେ ଥିବା ରକ୍ତକୁ ସଫା ରଖିଥାଏ । ଗାଜର ଖାଇବା ଦ୍ୱାରା ହଜମ ଜନିତ ସମସ୍ୟା ଦୂର ହୋଇପାରିବ । ଗାଜରରେ ଥିବା ପୋଷଣ ଶରୀରରେ ଥିବା ଇନ୍ସୁଲିନର ମାତ୍ରାକୁ ଠିକ୍ ଭାବରେ ବଜାୟ ରଖିବାରେ ସହାୟକ ହୋଇଥାଏ ।

ପ୍ରତିଦିନ ଗାଜର ଖାଇବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଗାଜର ଖାଇବା ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ପାଇଥାଏ । ଏହା ତ୍ୱଚାକୁ ସତେଜ ଓ ଉଜ୍ଜଳତା ମଧ୍ୟ କରିଥାଏ ।

Leave a Reply

Your email address will not be published.