ମିଳିଗଲେ ଆଲିଆଙ୍କ ନିଖୋଜ୍ ଭଉଣୀ

ଚୁଲ୍‌ବୁଲି ଆଲିଆ ଭଟ୍ଟଙ୍କ ଅଭିନୀତ ଅପ୍‌ କମିଙ୍ଗ୍‌ ଫିଲ୍ମ ‘ଗଲିବୟ’ ଆସନ୍ତା ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ ତାରିଖ ଦିନ ମୁକ୍ତିଲାଭ କରିବ । ତେଣୁ ଏହାର ପ୍ରମୋସନ୍ ପାଇଁ ଫୁଲ୍ ଦମ୍ରେ ଲାଗି ପଡ଼ିଛନ୍ତି ଫିଲ୍ମଟିମ୍ । ଏମିତି ସମୟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ଆଲିଆଙ୍କ ଏକ ଡାଇଲଗ୍ ରିକ୍ରିିଏଟ୍ କରି କହୁଛନ୍ତି ।

ଏହି ଯୁବତୀଜଣକ ଦେଖିବାକୁ ଅବିକଳ ଆଲିଆଙ୍କ ଭଳି । ତେଣୁ ଏହାକୁ ନେଇ ୟୁଜର୍ସ ଅନେକ କିଛି କମେଣ୍ଟ୍ ଦେଇଛନ୍ତି। ଭିଡିଓରେ ଥିବା ଯୁବତୀଜଣକ ପିଙ୍କ୍ ରଙ୍ଗର୍ ଏକ ହିଜାବ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ‘ଗଲିବୟ’ରେ ଆଲିଆଙ୍କ ଲୁକ୍ ଅବିକଳ ଏଭଳି ରହିଛି । ତେଣୁ ଭିଡିଓଟିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହାକୁ ଦେଖିବା ପରେ ଆଲିଆଙ୍କ କେତେଜଣ ପ୍ରଶଂସକ କମେଣ୍ଟ୍ କରିଛନ୍ତି ଯେ – ଆଲିଆଙ୍କ ନିଖୋଜ ଟ୍ୱିନ୍ ସିଷ୍ଟର୍ ଏବେ ମିଳିଯାଇଛନ୍ତି ।

ଆଉ କେତେଜଣ କମେଣ୍ଟ୍ ବକ୍ସରେ ଲେଖିଛନ୍ତି ଯେ ଆଲିଆଙ୍କ ଜାଆଁଳା ଭଊଣୀଙ୍କ ଏହି ଭିଡିଓ ଫିଲ୍ମ ପ୍ରମୋସନ୍ କ୍ଷେତ୍ରରେ ପରୋକ୍ଷ ଭାବେ ଖୁବ୍ ସହାୟକ ହୋଇଛି । ଜୋୟା ଅଖ୍ତର୍ଙ୍କ ନିର୍ଦ୍ଦେଶିତ ‘ଗଲିବୟ’ରେ ଆଲିଆଙ୍କ ହିରୋ ଭାବେ ଅଛନ୍ତି ରଣବୀର୍ ସିଂ । ପ୍ରଥମ ଥର ପାଇଁ ରଣବୀର୍ ସିଂ ଓ ଆଲିଆଙ୍କ ଯୋଡ଼ି ପରଦା ଉପରକୁ ଆସୁଥିବାରୁ ସିନେପ୍ରେମୀ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

କାଟ୍ରିନାଙ୍କୁ ନିକାହ କରିବେ ସଲ୍ଲୁ: ଇଦରେ ଗ୍ରାଣ୍ଡ୍ ରିସେପ୍ସନ୍ 

Leave a Reply

Your email address will not be published.