କିନ୍ନର ବେଶରେ ଅକି

0
44
advertisement

କିନ୍ନର ବେଶରେ ଖିଲାଡ଼ି କୁମାର ଅକ୍ଷୟଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅକିଙ୍କ ପ୍ରଶଂସକ ମଧ୍ୟ ଏହି ଅବତାରକୁ ବେଶ୍ ପସନ୍ଦ କରୁଛନ୍ତି । ତେବେ ଅକିଙ୍କ ଏହି ବେଶ ପଛର କାରଣ ହେଉଛି – ତାଙ୍କର ଆମାଗୀ ଫିଲ୍ମ ‘ଲକ୍ଷ୍ମୀବମ୍’ । ଅକି ତାଙ୍କର ଏହି ଅପକମିଙ୍ଗ୍ ଫିଲ୍ମର ଫାଷ୍ଟଲୁକ୍ ସେୟାର୍ କରିଛନ୍ତି । ଏହି ପୋଷ୍ଟରରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତିର୍ ସାମନାରେ ଅକି କିନ୍ନର ବେଶରେ ରାଗ ମୁଡରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

ତାମିଲ୍ ଫିଲ୍ମ ‘କାଞ୍ଜନା’ର ରିମେକ୍ ଭାବେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମରେ ଅକି ଲକ୍ଷ୍ମୀ ଚରିତ୍ରରେ ଅଛନ୍ତି । ଏଭଳି ଏକ ନିଆରା ଭୂମିକାରେ ପ୍ରଥମ ଥର ପାଇଁ ପରଦା ଉପରକୁ ଆସୁଥିବାରୁ ଅକି ଉତ୍ସାହିତ ସହିତ ଖୁବ୍ ନର୍ଭସ୍ ମଧ୍ୟ ଅଛନ୍ତି ବୋଲି କହିଥିଲେ । ଏହି ଫିଲ୍ମ ଆଗାମୀ ଇଦରେ ସିନେମାଘରକୁ ଆସିବ । ଏଥିରେ ଅକ୍ଷୟଙ୍କ ସହିତ କିୟାରା ଆଡଭାନୀ ସ୍କ୍ର୍ରୀନ୍ ସେୟାର୍ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ଅକିଙ୍କୁ ଏଭଳି ଏକ ଭିନ୍ନ ରୂପରେ ପରଦା ଉପରେ ଦେଖିବା ପାଇଁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରତିଥର ଭଳି ଅକିଙ୍କ ଏହି ଫିଲ୍ମ ମଧ୍ୟ ବକ୍ସଅଫିସ୍ ହିଟ୍ ହେବ ବୋଲି ସିନେ ସମୀକ୍ଷକ ଓ ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।