ଅକ୍ଷୟ ପରିଜା ତିଆରି କରିବେ ଓଡ଼ିଆରେ ’ରସଗୋଲା’!

0
7
advt
< a href= "#">

ଭୁବନେଶ୍ଵର, (ଓଟି): ପ୍ରବାସୀ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ  ପରିଜା ଓଡ଼ିଆରେ ’ରସଗୋଲା’ ତିଆରି କରିବେ। ଅବଶ୍ୟ ଏହା ସତ ଯେ ରସଗୋଲାର ଇତିହାସ ହିଁ ଓଡ଼ିଆ। ଆଉ ଏଯାଏ ଏହାଠୁ ପୁରୁଣା ଇତିହାସ କେହି କହି ନାହାନ୍ତି କି କହିବାକୁ ସକ୍ଷମ ହେବେ ନାହିଁ ବୋଲି ଏକ ପ୍ରକାର ପ୍ରମାଣ ହୋଇ ସାରିଛି। କିନ୍ତୁ ବିଷୟର ଶୀର୍ଷକ ଏଠାରେ ଛେନା ଶିରାର ରସଗୋଲା କଥା କହୁ ନାହିଁ ବରଂ ସୂଚନା ଦେଉଛି ବଙ୍ଗୀୟ- ଓଡ଼ିଆ ରସଗୋଲା ଯୁଦ୍ଧର ଆଉ ଏକ କାହାଣୀ। ଅର୍ଥାତ୍‌ ବଙ୍ଗୀୟ ରସଗୋଲ୍ଲା ସିନେମା ପରେ ଓଡ଼ିଆରେ ରସଗୋଲା ସିନେମା ନିର୍ମାଣର ଏକ ସମ୍ଭାବନା। 

advt

କିଛିଦିନ ପୂର୍ବରୁ ବଙ୍ଗଳା ଭାଷାରେ ରସଗୋଲ୍ଲା ଫିଲ୍ମ ତିଆରି ପାଇଁ ଟ୍ରେଏର ୟୁଟ୍ୟୁବ୍‌ରେ ପ୍ରକାଶ କରିଥିବା ଅକ୍ଷୟ ପରିଜା ଆଜି ଏହାର ପ୍ରଥମ ଗୀତ ସୋଶାଲ୍‌ ମିଡିଆରେ ଶେୟାର କରିଛନ୍ତି। ଏହା ଫିଲ୍ମରେ ଥିବା ପ୍ରେମ କାହାଣୀର ସୁରାକ୍‌ ଦେବ ବୋଲି ସେ ଆଶା କରିଛନ୍ତି।  ଏନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ କିନ୍ତୁ ତାଙ୍କୁ ତତ୍‌କ୍ଷଣାତ ପ୍ରତିକ୍ରି୍ୟା ମିଳିଛି। 

ନିର୍ମାଣାଧୀନ ବଙ୍ଗୀୟ ଫଲ୍ମ ରସଗୋଲ୍ରଲା ଟ୍ରେଲର ସ୍କ୍ରିନ୍‌ ଶଟ୍‌

ଓଡ଼ିଆ ସଂସ୍କୃତି ବିଷୟରେ ରୁଚି ରଖିଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ପ୍ରଣବ ପାଣି ସେହି ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ଓଡ଼ିଶା ରସଗୋଲାଲା’ରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପରିଜାଙ୍କୁ କହିଥିଲେ, ’ଏହି ଫିଲ୍ମର ଟ୍ରେଲର ପାଇଁ ଆପଣଙ୍କ ଅଶେଷ ସାଧୁବାଦ। କିନ୍ତୁ ଓଡ଼ିଶାର ରସଗୋଲାକୁ ନେଇ ଏମିତି କିଛି ମୌଳିକ ରୂପାନ୍ତର ଦେଖିଥିଲେ ଆହୁରି ଖୁସି ହୋଇଥାଆନ୍ତି। ଏଥିପାଇଁ ଆପଣଙ୍କ ପାଖରେ ସମୟ ରହିଛି ଆଉ ଆଶା କରୁଛି ଆପଣ ଏମିତି କିଛି ସର୍ଜନାକୁ ପ୍ରୋତ୍ସାହିତ କରିବେ’

 ଏହିଭଳି ପ୍ରତିକ୍ରିୟା ଦେଖି ଅକ୍ଷୟ ପରିଜା ଓଡ଼ିଶାର ରସଗୋଲା ଇତିହାସ ବାବଦରେ ଅବଗତ ବୋଲି କହିଛନ୍ତି।  ସେ ଜବାବ ରଖିଛନ୍ତି, ’ ମୁଁ ଜାଣିଛି ଆମ ରସଗୋଲା ୧୧ଶ ଶତାବ୍ଦୀର କାହାଣୀ ଧାରଣ କରିଛି। ଆଉ ଏହାକୁ ରୂପାନ୍ତର କରିବାକୁ ଅନେକ ପାଣ୍ଠିର ଆବଶ୍ୟକ ରହିଛି। କିନ୍ତୁ ମୁଁ ତାହା କରିବି’।

ଶ୍ରୀ ପରିଜାଙ୍କ ଏହି ଆଶ୍ଵାସନା ଓଡ଼ିଶାର ରସଗୋଲାରେ ଆଉ କିଛି ମିଠାପଣ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଅପେକ୍ଷା ଏ ବାବଦରେ ସେ କେବେ ଆଉ କେଉଁଭଳି ପଦକ୍ଷେପ ନେଉଛନ୍ତି। 

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ପୁଣି ରସଗୋଲା ଯୁଦ୍ଧ: ଏଥର ନିଆଁ ଲଗାଇଛନ୍ତି ଅକ୍ଷୟ ପରିଜା

ପୁଣି ରସଗୋଲା ଯୁଦ୍ଧ: ଏଥର ନିଆଁ ଲଗାଇଛନ୍ତି ଅକ୍ଷୟ ପରିଜା

ନୂଆ କଳାକାରଙ୍କୁ ନେଇ ଆସୁଛି ‘ଚିର୍କୁଟ୍’: ଶୁଭ ମହୁରତ ଅନୁଷ୍ଠିତ

ନୂଆ କଳାକାରଙ୍କୁ ନେଇ ଆସୁଛି ‘ଚିର୍କୁଟ୍’: ଶୁଭ ମହୁରତ ଅନୁଷ୍ଠିତ

advt
< a href= "#">