ଝିଅ ନିତାରା ସହିତ ଝୁମ୍ପୁଡ଼ି ଘରେ ଗୁଡ଼ରୁଟି ଖାଇଲେ ଅକ୍ଷୟ

ନିକଟରେ ଖିଲାଡ଼ି କୁମାର ଅକ୍ଷୟ ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ପୋଷ୍ଟ୍ କରି ଚର୍ଚ୍ଚାରେ ଅଛନ୍ତି । ସେହି ଫଟୋରେ ଗୋଟିଏ ଝୁମ୍ପୁଡ଼ି ଘର ଓ ଦୁଇଜଣ ବୃଦ୍ଧ ଗରୀବ ଦମ୍ପତିଙ୍କ ସହିତ ଅକ୍ଷୟ ଓ ନିତାରା ନଜର ଆସୁଛନ୍ତି । ଏହି ଫଟୋ ପଛରେ ଥିବା ରୋଚକ କାହାଣୀକୁ ମଧ୍ୟ ଅକି ସେୟାର୍ କରିବାକୁ ଭୁଲିନାହାନ୍ତି । ଅକ୍ଷୟଙ୍କ ଅନୁଯାୟୀ – ‘ ଆଜିର ମର୍ଣ୍ଣିଙ୍ଗ୍ ୱାକ୍’ ମୋ ପାଇଁ ଓ କୁନି ଝିଅ ନିତାରାଙ୍କ ପାଇଁ ଅବିସ୍ମରଣୀୟ । ମୁଁ ଓ ନିତାରା ପିଇବା ପାଣି ସନ୍ଧାନରେ ଏହି ବୃଦ୍ଧ ଦମ୍ପତିଙ୍କ ଘରକୁ ଯାଇଥିଲୁ । ସେମାନେ ପାଣି ସହିତ ବେଶ୍ ସ୍ୱାଦିଷ୍ଟ ଗୁଡ଼ରୁଟି ପ୍ରସ୍ତୁତ କରି ଆମଦୁଇଜଣଙ୍କୁ ଖାଇବାକୁ ଦେଇଥିଲେ । ମୁଁ କୃତଜ୍ଞ । ଦୟାଭାବ ଦ୍ୱାରା କିଛି ସରେ ନାହିଁ । ବରଂ ଆହୁରି ବହୁତ କିଛି ମିଳିଥାଏ’ ।

କହିରଖୁଛୁ ଏବେ ଅକ୍ଷୟ ନିଜ ପରିବାର ସହିତ ମହାରାଷ୍ଟ୍ରର ଗୋଟିଏ ଗାଁ ଶିଲିମଠାରେ ଛୁଟି କଟାଉଛନ୍ତି । ସେଠାରେ ସେ ନାନୀଶାଶୁଙ୍କର ୮୦ ତମ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରିଥିଲେ । ଖୁବ୍ ଶୀଘ୍ର ଅକ୍ଷୟଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Leave a Reply

Your email address will not be published.