ଅକିଙ୍କ ପକ୍ଷରୁ ୫୨ ତମ ଜନ୍ମଦିନର ଉପହାର

0
28
advertisement

ପ୍ରଶଂସକ ମହଲରେ ଖିଲାଡ଼ି କୁମାରଙ୍କ ଉପାଧି ପାଇଥିବା ଅକ୍ଷୟ କୁମାର ୫୨ ତମ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି । ଏହି ଖୁସିର ଅବସରରେ ପ୍ରଶଂସକଙ୍କ ପକ୍ଷରୁ ଅକିଙ୍କୁ ଜନ୍ମଦିନର ଅଶେଷ ଶୁଭକାମନା ମିଳିବାରେ ଲାଗିଛି । ପ୍ରଶଂସକଙ୍କ ସ୍ନେହ ଓ ଭଲ ପାଇବାକୁ ଦୃଷ୍ଟିରେ ରଖି ଅକି ମଧ୍ୟ ପ୍ରଶଂସକୁ ଗୋଟିଏ ଉପହାର ଦେଇଛନ୍ତି । ଜନ୍ମଦିନ ସକାଳେ ପ୍ରାୟ ୮.୩୦ ମିନିଟରେ ଅକି ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ୍’ର ରିଲିଜ୍ ଡେଟ୍ ଓ ଟିଜର୍ ସେୟାର୍ କରି ପ୍ରଶଂସକଙ୍କ ସହ ଜନ୍ମଦିନ ପାଳିଥିଲେ ।

‘କେଶରୀ’ ପରେ ଅକିଙ୍କ ଫିଲ୍ମ କ୍ୟାରିୟରର୍ ଆଉ ଏକଐତିହାସିକ ଫିଲ୍ମ ‘ପୃଥ୍ୱୀରାଜ୍’ ଆସନ୍ତା ବର୍ଷ ଦୀପାବଳିରେ ସିନେମାଘରକୁ ଆସିବ । ଏଥିରେ ଅକ୍ଷୟ ଭାରତୀୟ ଇତିହାସର ବିରତ୍ୱର ଅନନ୍ୟ ପ୍ରତିକ ରାଜା ପୃଥ୍ୱୀରାଜ୍ ଚୌହାନଙ୍କ ଭୂମିକାରେ ନଜର ଆସିବେ । ୟଶରାଜ୍ ବ୍ୟାନର୍ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଚନ୍ଦ୍ରପ୍ରକାଶ ଦ୍ୱିବେଦି । ୫୨ ବର୍ଷରେ ୨୫ ବର୍ଷୀୟ ଯୁବକ ଭଳି ଫିଟନେସର ଅଧିକାରୀ ଅକିଙ୍କ ପକ୍ଷରୁ ଏଭଳି ଏକ ଜନ୍ମଦିନ ଉପହାର ପାଇବା ପରେ ପ୍ରଶଂସକଙ୍କ ଖୁସି ଦୁଇଗୁଣା ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here