ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜୀତ ଯୋଗୀଙ୍କ ପରଲୋକ

ରାୟପୁର,(ଓଡିଶା ଟାଇମ୍) : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ହୃଦଘାତ ଜନିତ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେ ଗତ ୧୫ ଦିନ ହେଲା ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ତାଙ୍କର ମାନସିକ ଗତିବିଧି ମଧ୍ୟ ବହୁତ କମ ଥିଲା । ସେ ପାଖା ପାଖି ୨୦ ଦିନ ହେଲା କୋମାରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଦ୍ଧାର ନ ଆସିବାରୁ ପରିବାରର ଅନୁମତିକ୍ରମେ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦିଆଯାଇଥିଲା । ଗତ ୯ ତାରିଖ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା ବୁଧବାର ପୁଣିଥରେ ତାଙ୍କୁ ହୃଦଘାତ ହୋଇଥିଲା । ଅଜିତ ଯୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ଦେବେନ୍ଦ୍ର ନଗର ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ ଠାରୁ ଅଜିତ ଯୋଗୀଙ୍କ ସ୍ଥିତି ଗମ୍ଭୀର ରହିଛି । ଦେଶର ବିଭିନ୍ନ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ସହ କନଫରେନସିଂ ଜରିଆରେ ଆଲୋଚନା କରି ତାଙ୍କର ଉପଚାର କରାଯାଉଉଥିଲା । ସେ ଗତ ୧୫ ଦିନ ଦେଲା ଭେଣ୍ଟିଲେଟରରେ ନ ଥିଲେ । ତାଙ୍କ ବ୍ରେନକୁ ଆକ୍ଟିଭ କରିବା ପାଇଁ ତାଙ୍କୁ ମ୍ୟୁଜିକ ଥେରାପି ମଧ୍ୟ ଦିଆଯାଉଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ ।

Leave a Reply

Your email address will not be published.