ଏଆଇସିସିସ ଟାର୍ଗେଟରେ ଶ୍ରୀକାନ୍ତ

3
18
advt
< a href= "#">

ଭୁବନେଶ୍ଵର,(ଓଟି): ପ୍ରଦେଶ କଂଗ୍ରେସ ବିରୋଧରେ ଚକ୍ରାନ୍ତ ଭାରି ପଡିଲା ଶ୍ରୀକାନ୍ତ ଜେନାଙ୍କୁ। ଦଳର ଇସ୍ତାହାର କମିଟିରୁ ତାଙ୍କୁ ହଟେଇ ଦେଇଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ଅନୁମୋଦନ ପରେ ନୂଆ ଇସ୍ତାହାର କମିଟିର ତାଲିକା ପ୍ରକାଶ ପାଇଛି। ଚର୍ଚ୍ଚା ହେଉଛି ଖୁବଶୀଘ୍ର ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ତାଙ୍କୁ ଦଳରୁ ବହିଷ୍କୃତ କରିବା ପାଇଁ ଏକ ଗୋଷ୍ଠି ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ଆଜି କେବଳ ପକ୍ଷ ଛେଦନ ହୋଇଛି।

advt

ଆଜି କଂଗ୍ରେସର ବିଦ୍ରୋହୀ ନେତା କୃଷ୍ଣ ସଗରିଆଙ୍କ ନେତୃତ୍ବରେ ଆୟୋଜିତ ସମାଜିକ ନ୍ୟାୟ ଅଭିଯାନରେ ଯୋଗ ଦେଇଥିଲେ ଶ୍ରୀକାନ୍ତ। ଏହି କାର୍ଯ୍ୟକ୍ରମର ସିଡି ଏଆଇସିସି ସଭାପତିଙ୍କ ନିକଟକୁ ପଠାଯିବ। ଏହି ଅଭିଯାନକୁ କଂଗ୍ରେସ ବ୍ୟାନରରେ ଆୟୋଜନ କରିବାକୁ କୃଷ୍ଣଙ୍କୁ ପିସିସି ସଭାପତି ପରାମର୍ଶ ଦେଇଥିବା ସୂଚନା ମିଳିଛି। କିନ୍ତୁ କୃଷ୍ଣ କଂଗ୍ରେସ ବ୍ୟାନରରେ ଏହି କାର୍ଯ୍ୟକ୍ରମର ଆୟୋଜନକୁ ମନା କରିଦେଇଥିଲେ। ଏହି ଅଭିଯାନ ଜରିଆରେ କୃଷ୍ଣ ଓ ଶ୍ରୀକାନ୍ତ ନିରଞ୍ଜନଙ୍କୁ ରାଜନୈତିକ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଏହିଦୃଷ୍ଟିରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ମହଲରେ ଶୁଣାଯାଉଛି। ଆଜି କିଛି ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଯଦିଓ ଶ୍ରୀକାନ୍ତଙ୍କ ସଂପର୍କରେ ନିରଞ୍ଜନ କିଛି କହିନଥିଲେ, କିନ୍ତୁ ପରୋକ୍ଷରେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଦଳରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ନିରଂଜନଙ୍କ ନେତୃତ୍ବରେ ନୂଆ ପିସିସି ଟିମ ଗଠନ ହେବା ପରେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିର ମୁଖ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଶ୍ରୀକାନ୍ତ ନିଜର ପୂରୁଣା ‘ଚକ୍ରାନ୍ତ’ ରାଜନୀତି ଛାଡିଲେନି । ଇସ୍ତାହାର କମିଟି ମୁଖ୍ୟ ହେବା ମାତ୍ରେ ସେ ପ୍ରଥମରୁ ହିଁ ନିରଞ୍ଜନଙ୍କ ଚେର କାଟିବା ଆରମ୍ଭ କଲେ । ପ୍ରଥମ ପଦକ୍ଷେପ ସ୍ବରୂପ ସେ ରାହୁଲ ଗାନ୍ଧୀ ଓ ଏଆଇସିସିକୁ ପ୍ରସ୍ତାବ ଦେଲେ ଯେ ରାଜ୍ୟରେ ଯେହେତୁ ଅନୁସୂଚିତ ଜାତି ଓ ଜନଜାତି ମୋଟ ଲୋକ ସଂଖ୍ୟାର ୫୦ ପ୍ରତିଶତ ପାଖାପାଖି, ତେଣୁ ଆସନ୍ତା ନିର୍ବାନଚନରେ ରାଜ୍ୟରୁ କଂଗ୍ରେସ ଜଣେ ଅନୁସୂଚିତ ଜାତି କିମ୍ବା ଜନଜାତୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁ ।

ଶ୍ରୀକାନ୍ତ ଏଆଇସିସିକୁ ଏଭଳି ପ୍ରସ୍ତାବ ଦେବା ପୂର୍ବରୁ ସଭାପତିଙ୍କ ସହ ଆଲୋଚନା କରିନଥିଲେ। ବରଂ ଯୁକ୍ତି ବାଢିଥିଲେ ଯେ, ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଏ ସଂପର୍କରେ ନିରଞ୍ଜନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ନାହିଁ। ପରବର୍ତ୍ତି ସମୟରେ ସେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ନେତୃତ୍ବ ବିରୋଧରେ ଉସକାଇ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦିଆକରାଇଲେ। ଏପରିକି ନିରଞ୍ଜନଙ୍କ ବିରୋଧରେ ଶ୍ରୀକାନ୍ତ ଆରମ୍ଭ କରିଥିବା ପରୋକ୍ଷ ଲଢେଇରେ କୃଷ୍ଣଙ୍କୁ ସେନାଧ୍ୟକ୍ଷ କରିଛନ୍ତି। କେବେଳ ସଗରିଆ କାହିଁକି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମଧ୍ୟ ଶ୍ରୀକାନ୍ତ ନିଜ କ୍ୟାମ୍ପରେ ରଖି ନକରାତ୍ମକ ପ୍ରଚାର ଆରମ୍ଭ କରିଥିଲେ। ଅବଶ୍ୟ ଏ ସଂପର୍କରେ ସଂକେତ ପାଇଁ ଗତକାଲି ଜୟଦେବ ଜେନା ପୁଣି ଥରେ ନିରଞ୍ଜନଙ୍କ କ୍ୟାମ୍ପ ଫେରିଆସିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

ଡିସେମ୍ୱରରେ ବିଜେପିର ଓଡ଼ିଶା ଯୋଜନା

ଡିସେମ୍ୱରରେ ବିଜେପିର ଓଡ଼ିଶା ଯୋଜନା

ଚକ୍ରଧର ପାଇକ ବିଜେଡିରେ ମିଶିଲେ

ଚକ୍ରଧର ପାଇକ ବିଜେଡିରେ ମିଶିଲେ

ଅପରାଜିତାଙ୍କ ପଲା ଭାରି କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଅପରାଜିତାଙ୍କ ପଲା ଭାରି କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

advt
< a href= "#">