ମୁଖ୍ୟମନ୍ତ୍ରୀଙ୍କ ଚିଠି: ପାରାକ୍ଵାଟ୍‌ ନିଷିଦ୍ଧ କର

0
35
advertisement

ଭୁବନେଶ୍ଵର, (ଓଟି): ତୃଣନାଶକ ପାରାକ୍ଵାଟ୍‌କୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ମହଲରେ ଦାବି କରାଯାଇଛି। କିଛିଦିନ ତଳେ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର କିଛି ଡାକ୍ତର ଏନେଇ ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶୁକ୍ରବାର  ଭୁବନେଶତ୍ଵର କୋର୍ଟର ୪ଜଣ ଆଡ୍‌ଭୋକେଟ୍‌ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 

ଏହି ତୃଣନାଶକ ବ୍ୟବହାର ଦ୍ଵାରା ସାଧାରଣ ଜନଜୀବନ ପ୍ରଭାବିତ ହେଉଛନ୍ତି ବୋଲି ସେମାନେ କହିଛନ୍ତି। ଏପରିକି ଏହି ପ୍ରକାରର ତୃଣ ନାଶକ ବ୍ୟବହାର ହୋଇ ଅମଳ କରାଯାଇଥିବା ଫସଲ ଖାଇବା ଦ୍ଵାରା ଲୋକଙ୍କ ଭିତରେ କିଡ୍‌ନୀ, ଲିଭର ଆଦି ରୋଗରେ ପୀଡ଼ୀତ ହେଉଛନ୍ତିି। ପୁଣି ଏହାର ନିରାକରଣ ପାଇଁ କୌଣସି ମେଡିସିନ୍‌ ନାହିଁ ବୋଲି ସେମାନେ କହିଛନ୍ତି। ଏ ଭିତରେ ରାଜ୍ୟର ୧୭୭ ଜଣଙ୍କ ମୃତ୍ୟୁ ଏଥିଲାଗି ହୋଇଥିବା ଏହି ଆଡ୍‌ମୋକେଟ୍‌ ଦଳ ଦର୍ଶାଇଛନ୍ତି।

ଆଡ୍‌ଭୋକେଟ୍‌ ବିଶ୍ଵପ୍ରିୟ କାନୁନୁଗୋ, ଗୋଲକ ପ୍ରସାଦ ନାୟକ, ସୁଭାଶୀଷ ପଣ୍ଡା ଏବଂ ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ଏପରି ଏକ ଅଭିଯୋଗ ତଥା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟରେ ଯେହେତୁ ଏହି ପ୍ରକାର ତୃଣ ନାଶକର ବ୍ୟବହାର ଅତ୍ୟଧିକ ରହିଛି  ଏବଂ ୫ଟି ଶସ୍ୟରେ ଏହି ପ୍ରକାର ତୃଣ ନାଶକ ବ୍ୟବହାରର ଅନୂମତି ଥିବେବେଳେ ଯେହେତୁ ୨୫ଟି ଶସ୍ୟରେ ଏହାକୁ ବ୍ୟବହାର କରାଯାଉଛି ତୁରନ୍ତ ଏହି ପ୍ରକାର ରସାୟନର ବ୍ୟବହାର ବନ୍ଦ ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। 

ସ୍ୱାସ୍ଥ୍ୟ ଦିଗରୁ ଏହା ମରଣାନ୍ତକ ହୋଇଥିବାରୁ ଏହାର ନିଷେଧ କରାଯିବା ଆବଶ୍ୟକ ବୋଲି ସେମାନ କହିଛନ୍ତି।